fbpx

ଚୀନରୁ ଆସିବନି ଏହି ଜିନିଷ, ପେଜର ଆକ୍ରମଣ ପରେ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ପେଜର ବିସ୍ଫୋରଣ ପରେ କେନ୍ଦ୍ର ସରକାର ଖୁବଶିଘ୍ର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ସମସ୍ତ ପ୍ରକାର ମନିଟରିଂ ଉପକରଣର ଯୋଗାଣକୁ ବନ୍ଦ କରାଯିବ। ଏହି ପଦକ୍ଷେପରେ ଭାରତୀୟ କମ୍ପାନୀମାନଙ୍କୁ ଫାଇଦା ହେବାର ଆଶା ରହିଛି। ସୂତ୍ର ଅନୁ୍‌ାୟୀ, ଏହି ନିର୍ଦ୍ଦେଶ ୮ ଅକ୍ଟୋବର ଲାଗୁ ହୋଇପାରେ ଏବଂ ଏଥିରେ ଚୀନ କମ୍ପାନୀଗୁଡିକର ବଜାରର ପାର୍ଟନରସିପ ଶେଷ ହୋଇପାରେ। ଜଣେ ମୁଖ୍ୟ ଶିଳ୍ପ ସୂତ୍ର ଅନୁଯାୟୀ, ପେଜର ବିସ୍ଫୋରଣକୁ ଦୃଷ୍ଟିରେ ରଖି ସରକାର କିଛି ମହତ୍ତ୍ୱପୂର୍ଣ୍ଣ ଉପାଦନଗୁଡିକର ଯୋଗାଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଲେବାନନର ଘଟଣା ପରେ ସୁରକ୍ଷା ଉପରେ ସରକାର ଧ୍ୟାନ ଦେଇଛନ୍ତି। ବର୍ତ୍ତମାନ ସିସିଟିଭି କ୍ୟାମେରା ସହ ଜଡିତ ନିର୍ଦ୍ଦେଶନାମାକୁ ଶିଘ୍ର ଲାଗୁ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କେବଳ ବିଶ୍ୱସନୀୟ ସ୍ଥାନରୁ ଆସୁଥିବା ଉତ୍ପାଦକୁ ହି ଭାରତରେ ବିକ୍ରି କରାଯିବ।

ମନିଟରିଂ ଉପକରଣର ସୁରକ୍ଷାରେ ସବୁଠାରୁ ବଡ଼ ଚିନ୍ତା ଡାଟାର ସୁରକ୍ଷା ଅଟେ। କ୍ୟାମେରା ସମ୍ବେଦନଶୀଳ ସ୍ଥାନରେ ଲଗାଯିବ ଏବଂ ସରକାର ଚାହିଁବେ ନାହିଁ ଯେ, ଏପରି ଉପକରଣ ଉପଯୋଗରେ ଆସିବ, ଯେଉଁଥିରେ ଡାଟା ଲିକ ହେବ କି ଭୁଲ ମଣିଷ ହାତକୁ ଚାଲିଯିବ। ସୂତ୍ର ଅନୁଯାୟୀ, ‘ସରକାର ଏହା ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ଉତ୍ପାଦନ ଶୃଙ୍ଖଳା ଉପରେ ସଂପୂର୍ଣ୍ଣ ସ୍ୱଚ୍ଛତା ରହିବା ଉଚିତ୍ ଏବଂ ଏଥିରେ କୌଣସି ପ୍ରକାର ବ୍ୟାକଡୋରର ଉପଯୋଗ ନ ରହିବା ଆବଶ୍ୟକ, ଯେଉଁଥିରେ ଡାଟା ଲିକ ହୋଇପାରିବ।’

Get real time updates directly on you device, subscribe now.