fbpx

ଡ୍ରାଇଭିଂ ଟେଷ୍ଟରେ କିଭଳି କରିବେ 8, ଏହି ଟିପ୍ସ ଫଲୋ କଲେ ମିଳିବ ଲାଇସେନ୍ସ

ନୂଆଦିଲ୍ଲୀ : ଗାଡି ଚଲାଇବା ପାଇଁ ଡ୍ରାଇଭଂ ଲାଇସେନ୍ସର ଆବଶ୍ୟକତା ରହିଥାଏ । ବିନା ଡିଏଲରେ ଗାଡି ଚଲାଇବା ଏକ ଦଣ୍ଡନୀୟ ଅପରାଧ । ତେବେ ଟ୍ରାଇଭିଂ ଟେଷ୍ଟ ପାସ୍ କରିବା ପରେ ହିଁ ଜଣେ ବ୍ୟକ୍ତିକୁ ଲାଇସେନ୍ସ ମିଳିଥାଏ । କିନ୍ତୁ ଏହି ଟେଷ୍ଟ ପାସ୍ କରିବା ଏତେ ସହଜ ନୁହେଁ । ଅନେକ ଛୋଟ ଛୋଟ ଭୁଲ୍ ପାଇଁ ଜଣେ ଏହି ପରୀକ୍ଷାରେ ଫେଲ୍ ହୋଇପାରେ । ଯଦି ଆପଣ ଏକ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ସ୍କୁଲକୁ ଯାଆନ୍ତି, ତେବେ ଆପଣ ଜଣେ କାର୍ ଚଲାଇବାରେ ଅଭିଜ୍ଞ ହୋଇପାରିବେ । ତଥାପି ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାବେଳେ ଅନେକ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ ।

ରିଭର୍ସ ପାର୍କିଂ- କାରକୁ ଆଗକୁ ବଢାଇ ପୁଣି କିଭଳି ପଛରୁ ରିଭର୍ସ କରିବେ ତାହା ଜାଣିବା ଜରୁରୀ ଅଟେ । ଗାଡି ରିଭର୍ସ କରିବାରେ ଡ୍ରାଇଭର ଏକ୍ସପର୍ଟ ହେବା ଜରୁରୀ ଅଟେ । ଅଟୋମେଟିକ ଟେଷ୍ଟରେ ଗାଡିକୁ ଏସ ସେପରେ ରିଭର୍ସ କରି ଆଣିବାକୁ ହୋଇଥାଏ । ଗାଡି କୌଣସି ସ୍ଥାନରେ ଧକ୍କା ଯେଭଳି ନହୁଏ ତାକୁ ଧ୍ୟାନ ଦେବାକୁ ହେବ । ଅନ୍ୟପଟେ ଏହି ଟେଷ୍ଟକୁ ପୁରା କରିବା ପାଇଁ ଟାଇମ୍ ଲିମିଟ ମଧ୍ୟ ରହିଥାଏ ।

ଉଚ୍ଚ ସ୍ଥାନରେ କିଭଳି ଛିଡା କରିବେ- ଯଦି ଜଣେ ବ୍ୟକ୍ତି ନୂଆରେ ଗାଡି ଚଲାଇବା ଶିଖିଥାଏ, ତାହାଲେ ଉଚ୍ଛା ସ୍ଥାନରେ ଛିଡା କରିବା ଏକ ପ୍ରକାର କଷ୍ଚସାଧ୍ୟ ହୋଇଥାଏ । କାର୍ ପାର୍କି କରିବା ଶିଖିବା ଜରୁରୀ ଅଟେ । ଏହା ବାରମ୍ବାର କରିବା ଦ୍ବାରା ଅଭ୍ୟାସରେ ପରିଣତ ହୋଇଥାଏ ।

କିଭଳି କରିବେ 8- କାରକୁ 8 ଆକୃତିର ଚଲାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।  କାରଣ ଏଥିରେ 2ଟି ୟୁଟର୍ଣ୍ଣ ବ୍ୟାକଟୁ ବ୍ୟାକ ନେବାକୁ ହେବ । ବିଶେଷକରି ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ଏହି ପରୀକ୍ଷଣ ସମୟରେ, ଅଧିକାଂଶ ଲୋକ ଆଗ ଚକ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ଏହି କାରଣରୁ ପଛ ଚକ କୌ ଣସି ସ୍ଥାନରେ କିମ୍ବା ଅନ୍ୟ ମୁହାଁମୁହିଁ ଧକ୍କା ହୁଏ  ।

Get real time updates directly on you device, subscribe now.