fbpx

କ୍ରିକେଟର ଯୁବରାଜ ସିଂହଙ୍କ ପ୍ରେମ କାହାଣୀ, ପ୍ରେମିକାଙ୍କ ପାଇଁ କିଛି ବି କରିବାକୁ ଥିଲେ ତୟାର

ଓଡିଶା ଭାସ୍କର: କ୍ରିକେଟ ଗ୍ରାଉଣ୍ଡରେ ବିରୋଧୀ ଦଳକୁ ଘାଇଲା କରୁଥିବା ଗ୍ରେଟ କ୍ରିକେଟରଙ୍କ ଜୀବନର ଏମିତି ଗୋଟିଏ ଦିଗ ସମ୍ପର୍କରେ ଆମେ କହିବୁ, ଯାହା ଆପଣଙ୍କ ମଧ୍ୟରୁ ଅନେକଙ୍କୁ ଜଣାନଥିବ । ଏହି କ୍ରିକେଟର ସେମିତି ଫିଲ୍ଡରେ ଧମାଲ କରୁଥିଲେ, ସେମିତି ପ୍ରେମ କରିବାରେ ମଧ୍ୟ କରିଥିଲେ ରେକର୍ଡ । ପ୍ରେମରେ ପାଗଳ ପ୍ରାୟ ହୋଇଯାଉଥିଲେ ୟୁବୀ ।

ଆପଣମାନଙ୍କୁ କ୍ରିକେଟର ଓ ଅଭିନେତ୍ରୀଙ୍କ ସମ୍ପର୍କ ସମ୍ପର୍କରେ ଅନେକ କଥା ଜଣାଥିବେ । ତେବେ ୟୁବୀ ଏମିତି ଜଣେ କ୍ରିକେଟର ଥିଲେ ତାଙ୍କର ଅଭିନୟ ଜଗତର ବହୁ ତାରକାଙ୍କ ସହ ପ୍ରେମ ସମ୍ପର୍କ । କିନ୍ତୁ ଜଣଙ୍କ ସହ ତାଙ୍କ ସମ୍ପର୍କ ଦୀର୍ଘକାଳୀନ ଥିଲା । ଯେତେବେଳେ ସେ ପ୍ରେମରେ ପଡିଥିଲେ, ସେତିକି ଦିନ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ପାଇଁ ହୋଇଯାଉଥିଲେ ସମର୍ପିତ । ପ୍ରେମିକାଙ୍କ ପାଇଁ କିଛି ବି କରିଯାଉଥିଲେ ୟୁବୀ ।

୨୦୦୭ରେ ଅଭିନେତ୍ରୀ ଦିପିକା ପାଦୁକନଙ୍କ ସହ ଗଢୁଉଠିଥିଲା ୟୁବୀଙ୍କ ପ୍ରେମ ସମ୍ପର୍କ । ଏହି ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । ଏମିତି କି ସେହିବର୍ଷ ଟି-୨୦ରେ ୟୁବୀଙ୍କୁ ଚିୟର ଅପ କରିବାକୁ ଷ୍ଟାଡିୟମରେ ଦୀପିକା ଉପସ୍ଥିତ ଥିଲେ । ଏମିତି କି ୟୁବୀଙ୍କ ଜନ୍ମଦିନ ପାର୍ଟ ଦେଇଥିଲେ ଦୀପିକା । କିନ୍ତୁ ପରବର୍ତ୍ତୀ ସମୟହରେ ଖେଳରେ ତାଙ୍କ ଖରାପ ପ୍ରଦର୍ଶନ ପାଇଁ ସେ ୟୁବୀଙ୍କଠାରୁ ଦୂରେଇ ଯାଇଥିଲେ ।

ପରବର୍ତ୍ତୀ ସମୟରେ ୟୁବୀ ଅଭିନେତ୍ରୀ ତଥା ମଡେଲ ହେଜେଲ କିଚଙ୍କୁ ବିବାହ କରି ଘରସଂସାର କରିଛନ୍ତି । ଏହି ଅଭିନେତ୍ରୀଙ୍କ ସହ ବିତାଉଛନ୍ତି ଖୁସି ଜୀବନ ।

Get real time updates directly on you device, subscribe now.