fbpx

IPL-2025କୁ ନେଇ ଖୁସି ଖବର, ଖେଳିବେ M.S Dhoni! ରିଟେନସନ୍ ନିୟମରେ ସଂକେତ ଦେଲା BCCI

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ବଡ଼ ଅପଡେଟ ଦେଇଛି ବିସିସିଆଇ । ମେଗା ଅକ୍ସନ ପୂର୍ବରୁ ରିଟେନସନ୍ ପଲିସିକୁ ନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଦୀର୍ଘ ଦିନରୁ ଆଇପିଏଲ-୨୦୨୫ ପାଇଁ ରିଟେନସନ ପଲିସିକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜି ନିଜ ଦଳର ମୋଟ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏହାସହିତ ଆଗାମୀ ସିଜନ ପାଇଁ ‘ରାଇଟ ଟୁ ମ୍ୟାଚ୍’ କାର୍ଡ ମଧ୍ୟ ଆଇପିଏଲକୁ କମବ୍ୟାକ କରିବାକୁ ଯାଉଛି ।

ରିଟେନସନ୍ ପଲିସି କିମ୍ବା ରାଇଟ ଟୁ ମ୍ୟାଚ୍ ଜରିଆରେ ଏହି ୬ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ୍ କରିପାରିବେ ସମସ୍ତ ଫ୍ରାଞ୍ଚାଇଜି । ରାଇଟ୍ ଟୁ ମ୍ୟାଚ୍ କାର୍ଡ ଦ୍ୱାରା ଦଳରୁ ରିଲିଜ କରାଯାଇଥିବା ଖେଳାଳିମାନଙ୍କୁ ଅକ୍ସନ ପୂର୍ବରୁ ସର୍ବାଧିକ ମୂଲ୍ୟ ଅନୁସାରେ ଅର୍ଥରାଶି ଦେଇ ଦଳରେ ସାମିଲ କରିପାରିବେ । ତେବେ ରିଟେନସନ୍ ଏବଂ ରାଇଟ୍ ଟୁ ମ୍ୟାଚ୍ ପାଇଁ ଖେଳାଳିଙ୍କୁ ଚୟନ କରିବା ଆଇପିଏଲ ଫ୍ରାଞ୍ଚାଇଜିର ବିବେକ ଉପରେ ନିର୍ଭର କରିଥାଏ । ଯଦି କୌଣସି ଫ୍ରାଞ୍ଚାଇଜି ୬ ଖେଳାଳିଙ୍କ ପରିବର୍ତ୍ତେ ୩ ଜଣ ଖେଳାଳିଙ୍କୁ ରିଟେନ୍ କରିଥାଏ, ତେବେ ମେଗା ଅକ୍ସନରେ ସେହି ଦଳକୁ ୩ଟି ରାଇଟ୍ ଟୁ ମ୍ୟାଚ୍ କାର୍ଡ ମିଳିପାରିବ ।

ଭାରତୀୟ କିମ୍ବା ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିବାର କୌଣସି ନିର୍ଦ୍ଧାରିତ ସୀମା ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି । ଦଳ ଏହି ୬ ଜଣ ଖେଳାଳିଙ୍କ ମଧ୍ୟରେ ଫ୍ରାଞ୍ଚାଇଜି ନିଜ ଇଚ୍ଛା ଅନୁସାରେ ଭାରତୀୟ ବା ବିଦେଶୀ ଖଳାଳିଙ୍କୁ ରିଟେନ୍ କରିପାରିବେ । ତେବେ ଦଳରେ ସର୍ବାଧିକ ୫ ଜଣ କ୍ୟାପ୍ଡ ପ୍ଲେୟର୍ସ ଏବଂ ୨ ଜଣ ଅନ କ୍ୟାପ୍ଡ ଖେଳାଳିଙ୍କୁ ଦଳରେ ସାମିଲ କରିପାରିବେ ଆଇପିଏଲର ସମସ୍ତ ଫ୍ରଞ୍ଚାଇଜି । ଅର୍ତାତ୍ ଚଳିତବର୍ଷ ବୋର୍ଡ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ କେଳିବାକୁ ଗ୍ରୀନ ସିଗନାଲ ଦେଇଛି ।

ପ୍ରଥମ ୩ ରିଟେନସନ୍: ୧୮ କୋଟି, ୧୪ କୋଟି ଏବଂ ୧୧ କୋଟି
ଶେଷ ୩ଟି ରିଟେନସନ୍: ୧୮ କୋଟି ଏବଂ ୧୪ କୋଟି

Get real time updates directly on you device, subscribe now.