fbpx

ଦେଶରେ ପ୍ରଥମ: ମହାରାଷ୍ଟ୍ରରେ ଆରମ୍ଭ ହେଲା ନୂଆ ଟେମ୍ପଲ ମ୍ୟାନେଜମେଣ୍ଟ କୋର୍ସ, ଖୁବଶୀଘ୍ର ଅନ୍ୟ ରାଜ୍ୟରେ ଆରମ୍ଭ ହେବ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଟେମ୍ପଲ ଡିପ୍ଲୋମା କୋର୍ସ । ଏହା ଏକ ପିଜି ଡିପ୍ଲୋମା କୋର୍ସ ହୋଇଥିବା ବେଳେ ଏହି କୋର୍ସରେ ମନ୍ଦିରର କାର୍ଯ୍ୟ ବିଷୟରେ ପାଠ ପଢ଼ାଯିବ । ଦେଶରେ ବିଭିନ୍ନ ୟୁନିଭରସିଟିରେ ଅଲଗା ଅଲଗା କୋର୍ସର ପାଠ୍ୟକ୍ରମ ରହିଥିବା ବେଳେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଟେମ୍ପଲ ମ୍ୟାନେଜମେଣ୍ଟ କୋର୍ସ ଆରମ୍ଭ ହୋଇଛି । ସାଧାରଣ ଭାବେ ଅନେକ ଲୋକ ହୋଟେଲ ମ୍ୟାନେଜମେଣ୍ଟ ଓ ବିଜିନେସ ମ୍ୟାନେଜମେଣ୍ଟର କୋର୍ସ କରୁଥିବା ବେଳେ ଏଥିରେ ବଢ଼ିଆ କ୍ୟାରିୟର ବିକଳ୍ପ ରହିଥାଏ । ମାତ୍ର ଏବେ ଯୁବପୀଢ଼ିମାନେ ଏକ ନୂଆ କ୍ୟାରିୟରର ବିକଳ୍ପ ପାଇ ପାରିବେ ।

ଏହି କୋର୍ସର ନାମ ଟେମ୍ପଲ ମ୍ୟାନେଜମେଣ୍ଟ କୋର୍ସ ରଖାଯାଇଥିବା ବେଳେ ଏହା ପିଜି ଡିପ୍ଲୋମା କୋର୍ସ ଅଟେ । ଟେମ୍ପଲ କନେକ୍ଟ ପକ୍ଷରୁ ମୁମ୍ବା ୟୁନିଭରସିଟିରେ ଏବେ ଲୋକମାନେ ଟେମ୍ପଲ ମ୍ୟାନେଜମେଣ୍ଟର କୋର୍ସ କରିହେବ । ଦେଶରେ ପ୍ରଥମ ଥର ପାଇଁ ଟେମ୍ପଲ ମ୍ୟାନେଜମେଣ୍ଟର ପିଜି ଡିପ୍ଲୋମା କୋର୍ସ ଲଞ୍ଚ କରାଯାଇଛି । ଏହି କୋର୍ସ ୬ ମାସିକିଆ ହୋଇଥିବା ବେଳେ ଏଥିରେ ମଡର୍ଣ୍ଣ ଟେକ୍ନୋଲୋଜି ଓ ଷ୍ଟ୍ରାଟେଜି ସହିତ କିପରି ମନ୍ଦିର ଓ ଇକୋସିଷ୍ଟମକୁ ସମ୍ଭାଳିବେ ସେନେଇ ଶିକ୍ଷା ପ୍ରଦାନ କରାଯିବ ।

ବର୍ତ୍ତମାନ ଏହି କୋର୍ସ ମୁମ୍ବାଇ ୟୁନିଭରସିଟି ଓ ୱେଲିଙ୍ଗକର ଇନଷ୍ଟିଚ୍ୟୁଟରେ ଆରମ୍ଭ ହୋଇଛି । ଏହା ପରେ ଏହି କୋର୍ସକୁ ପୁଣେର ସାବିତ୍ରୀବାଈ ଫୁଲେ ୟୁନିଭରସିଟିରେ ମଧ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଟେମ୍ପଲ ମ୍ୟାନେଜମେଣ୍ଟର ଏହି କୋର୍ସରେ ୩ ମାସିଆ କ୍ଲାସ ଓ ୩ ମାସିଆ ଟ୍ରେନିଂ ରହିବ । କୋର୍ସରେ ବହୁତ ମଜବୁତ ସିଲାବସ ରଖାଯାଇଥିବା ବେଳେ ୩ ମାସିଆ କ୍ଲାସରେ ୨୦ରୁ ଅଧିକ ସେସନ କରାଯିବ । ଏହାପରେ ଦେଶର ଅଲଗା ଅଲଗା ପ୍ରସିଦ୍ଧ ମନ୍ଦିରରେ ୩ ମାସିଆ ହ୍ୟାଣ୍ଡଅନ ଇଣ୍ଟର୍ଣ୍ଣଶିପ୍ କରାଯିବ । ଏହି କୋର୍ସ ପାଇଁ ଟେମ୍ପଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ଅଭିଜ୍ଞତା ଥିବା ପ୍ରଫେସନାଲଙ୍କୁ ସାମିଲ କରାଯାଇଛି । ବର୍ତ୍ତମାନ ଏହି କୋର୍ସ ପାଇଁ ଗୋଟିଏ ବ୍ୟାଚରେ କେବଳ ୩୦ ଜଣ ଷ୍ଟୁଡେଣ୍ଟଙ୍କୁ ସାମିଲ କରାଯିବ । ଖୁବଶୀଘ୍ର ଏହି କୋର୍ସକୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ଛତିଶଗଡ଼, ଗୋଆ, ଦିଲ୍ଲୀ-ନୋଏଡ଼ା ଓ ହରିଦ୍ୱାର ପରି ବଡ଼ ବଡ଼ ସହରରେ ମଧ୍ୟ ଆରମ୍ଭ କରାଯିବ ।

Get real time updates directly on you device, subscribe now.