fbpx

‘ନିଛାଟିଆ ରାସ୍ତାରେ ଏକା ଛିଡା ହୋଇଛି’, ସାହାଯ୍ୟ ପାଇଁ ବିଳମ୍ବିତ ରାତିରେ ଫୋନ କଲେ ଯୁବତୀ, ପୋଲିସ ପହଞ୍ଚିବା ପରେ ଉଡିଗଲା ହୋସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଗରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଲିସ କଣ୍ଟ୍ରୋଲ ରୁମରୁ ଜଣେ ଝିଅର ଫୋନ ଆସିଛି, ଯେଉଁଥିରେ ସେ ସାହାଯ୍ୟ ପାଇଁ ନେହୁରା କରିଥିଲା ଏବଂ କହିଥିଲା ଯେ, ସେ ଏକ ନିଛାଟିଆ ରାସ୍ତାରେ ଏକା ଅଛି ଏବଂ ତାକୁ ଡର ଲାଗୁଛି। ତେବେ ଏହି କଲରେ ଉତ୍ତରରେ କୁହାଯାଇଥିଲା ଯେ, ସେହିଠାରେ ରୁହନ୍ତୁ, ୧୦ ମିନିଟ ଭିତରେ ପୋଲିସର ସହାୟତା ପହଞ୍ଚିବ। ଏଠାର ଠିକ୍ ୧୦ ମିନିଟରେ ସେହି ଝିଅ ପାଖେ ପୋଲିସ ପହଞ୍ଚିଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେ, ସେହି ମହିଳା ଜଣଙ୍କ ଆଉ କେହି ନୁହନ୍ତି, ସେ ସ୍ୱୟଂ ସହାୟକ ପୋଲିସ ଆୟୁକ୍ତ(ଏସିପି) ସୁକନ୍ୟା ଶର୍ମା। ତେବେ ଆଗରାରେ ନିୟୋଜିତ ହୋଇଥିବା ଏହି ଏସପି ସୁକନ୍ୟା ଶର୍ମା ମହିଳାମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ରାତିରେ ସାଧା କପଡାରେ ସଡକକୁ ବାହାରିଥିଲେ ଏବଂ ଏହି ସମୟରେ ସେ ଜରୁରୀକାଳୀନ ହେଲପ ଲାଇନ ନମ୍ବର ୧୧୨କୁ କଲ କରି ପୋଲିସଙ୍କୁ ସାହାଯ୍ୟ ମାଗିଥିଲେ। ସମାଜବାଦୀ ପାର୍ଟୀ(ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ଶର୍ମାଙ୍କ ଏହି ଚେଷ୍ଟାକୁ ପ୍ରଶଂସନୀୟ ବୋଲି କହିଛନ୍ତି। ଏପରି ପ୍ରୟାସ ବେଳେ ବେଳେ ହେଲେ ପୋଲିସ-ପ୍ରଶାସନ ସଜାଗ ଏବଂ ସଚେତନ ରହିବେ।

Get real time updates directly on you device, subscribe now.