fbpx

ଫ୍ଲିପ୍‌କାର୍ଟରୁ ଶପିଂ କରୁଥିଲେ ସାବଧାନ ! ଭୂଆଁ ବୁଲାଉଛନ୍ତି ଡେଲିଭରି ବୟ

ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜିନ୍ ପାଇଁ ସକ୍ରିୟ ବିଭିନ୍ନ ଇ- କମର୍ସ ପ୍ଲାଟଫର୍ମ । ଏଥିମଧ୍ୟରେ ଫ୍ଲିପକାର୍ଟର ବିଗ୍ ବିଲୟନ୍ ଡେଜ୍ ସେଲ ଚାଲିଛି । ଗ୍ରାହକମାନଙ୍କୁ ଭଲ ରିଆତି ମିଳୁଥିବାରୁ ସେମାନଙ୍କ ଅର୍ଡ଼ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫ୍ଲିପକାର୍ଟ ଅନଲାଇନ୍ ଶପିଂ ଦ୍ୱାରା ଲୋକମାନେ ଦଶହରା ଏବଂ ଦିପାବଳୀ ଉପଲକ୍ଷେ ପୋଷାକ, ଇଲେକ୍ଟ୍ରେନିକ୍ସ, ଘରକରଣା ସାମଗ୍ରୀ, ଗ୍ରସେରୀ ଇତ୍ୟାଦି ସ୍ୱଳ୍ପ ମୂଲ୍ୟରେ ଘରେ ବସି ଅର୍ଡ଼ର କରିପାରିବେ । ଅନଲାଇନ୍ ଶପିଂରେ ଗ୍ରାହକ ଜଣଙ୍କ ଠକାମୀର ଶିକାର ହେବାର ସମ୍ଭାବନା ମଧ୍ୟ ରହିଛି । ବିଶେଷକରି ପାର୍ବଣ ଋତୁରେ ଅନଲାଇନ୍ ଠକମାନେ ଅଧିକ ସକ୍ରିୟ ହୋଇଯାନ୍ତି । ନିକଟରେ ବେଙ୍ଗାଲୁରୁରୁ ଏଭଳି ଏକ ମାମଲା ସାମ୍ନାକୁ ଆସଛି । ଜଣେ ଗ୍ରାହକଙ୍କ ଗୋଟିଏ ପାର୍ସଲ ପାଇଁ ଘରେ ଦୁଇ ଜଣ ଡେଲିଭରି ବୟ ପହଞ୍ଚିଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ବେଙ୍ଗାଲୁୁରୁର ଜଣେ ମହିଳା ଗ୍ରାହକ ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲରୁ ଏକ iPhone 15(256 GB) ଅର୍ଡ଼ର କରିଥିଲେ । ଏଥିପାଇଁ ସେ ଓପନ୍ ବକ୍ସ ଡେଲିଭରି(OBD) ବିକଳ୍ପ ଚୟନ କରିଥିଲେ । କିନ୍ତୁ ଘରକୁ ଯେତେବେଳେ ଅର୍ଡର ପହଞ୍ଚିଲା ସେତେବେଳେ ଡେଲିଭରି ବୟ ଜଣଙ୍କ ବିନା ବକ୍ସ ଖୋଲି ପାର୍ସଲ ରଖିବା ପାଇଁ ମହିଳା ଗ୍ରାହକଙ୍କୁ ବାଧ୍ୟ କରିଥିଲେ । ଜଣେ ରେଡିଟ୍ ୟୁଜର(ମହିଳା ଗ୍ରାହକଙ୍କ ଭାଇ) ‘taau_7’ ଏକ ପୋଷ୍ଟ କରି ସମସ୍ତ ଘଟଣା ଶେୟାର କରି ଲେଖିଛନ୍ତି, ‘ବିନା ପ୍ୟାକେଟ୍ ଖୋଲି ଡେଲିଭରି ରିସିଭ୍ କରିବା ପାଇଁ ମୁଁ ମନା କରିଦେଇଥିଲି । ଏହି ସମସ୍ତ ଘଟଣାର ଭିଡିଓ ମଧ୍ୟ କରିଥିଲି । କିଛି ସମୟ ପରେ ଅନ୍ୟ ଏକ ଡେଲିଭରି ବୟ ଆସି ଛୋଟ ପାର୍ସଲ ଆଣିଥିଲା । ସେ ପ୍ୟକେଟ୍ ଖୋଲି ଦେଖାଇଲା । ମୁଁ ରେକର୍ଡ଼ିଂ କରିନଥିଲେ ହୁଏତ ଠକାମିର ଶିକାର ହୋଇଥାନ୍ତି ।’

ଫ୍ଲିପକାର୍ଟ ନିଜ ଗ୍ରାହକଙ୍କ ପାଇଁ ପାର୍ସଲ ଖୋଲି ଚେକ୍ କରିବାର ସୁବିଧା ପ୍ରଦାନ କରୁଛି । ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିନଥାଏ । ତେଣୁ ଗ୍ରାହକମାନେ ଏଭଳି ଠକଙ୍କ ଠାରୁ ସତର୍କ ରୁହନ୍ତୁ । କହିରଖୁଛୁ ଫ୍ଲିପକାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ ୨୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା ଯାହା ଅକ୍ଟୋବର ୬ରେ ଶେଷ ହେବ ।

Get real time updates directly on you device, subscribe now.