fbpx

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗକୁ ନେଇ ହେବ ଆଲୋଚନା

ପୁରୀ : ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସମେତ ଆଇନ୍ ବିଭାଗର କର୍ତ୍ତୃପକ୍ଷ ଓ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଖବର ଅନୁଯାୟୀ ଆଜି ପୁରୀ ଗସ୍ତରେ ଅଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି । ଏହି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉନ୍ନତିମୂଳକ କାର୍ଯ୍ୟ, ଶ୍ରୀମନ୍ଦିର ନିମନ୍ତେ ଦାନ, ଦର୍ଶନ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କିତ ଆଲୋଚନା ହେବ । ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ନେଇ ଏଏସଆଇ ସହ କମିଟି ଆଲୋଚନା କରିବ ।

Get real time updates directly on you device, subscribe now.