fbpx

ଚୀନ ମୋବାଇଲ କମ୍ପାନୀ OnePlus, iQoo ଏବଂ Poco ଉପରେ ମାନହାନି ମାମଲା ରୁଜ୍ଜୁ, ସରକାରଙ୍କୁ ଲାଇସେନ୍ସ ରଦ୍ଧ କରିବା ପାଇଁ ଦାବି

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ OnePlus, iQoo ଏବଂ Poco ଉପରେ ମାନହାନି ମାମଲା ରୁଜ୍ଜୁ ହୋଇଛି। ମୋବାଇଲ ରିଟେଲର୍ସ ସରକାରଙ୍କୁ ଏହି କମ୍ପାନୀର ଲାଇସେନ୍ସକୁ ରଦ୍ଧ କରିବାର ଦାବି କରିଛନ୍ତି। ଏହି ଚୀନ କମ୍ପାନୀଗୁଡିକ ଉପରେ ଭାରତରେ ଆଣ୍ଟି କମ୍ପିଟେଟିଭ ପ୍ରାକ୍ଟିସର ଅଭିଯୋଗ ଲାଗିଛି, ଯେଉଁ କାରଣରୁ ଅନ୍ୟ ବ୍ରାଣ୍ଡକୁ କ୍ଷତି ସହିବାକୁ ପଡୁଛି। ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ ଏହି ମାମଲାରେ କେନ୍ଦ୍ରୀୟ କମର୍ସ ମିନିଷ୍ଟର ପୀୟୁସ ଗୋୟଲ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ହସ୍ତକ୍ଷେପ କରିବାକୁ ଦାବି କରିଛି।

ମନି କଣ୍ଟ୍ରୋଲର ରିପୋର୍ଟ ମୁତାବକ, AIMRA ର ଚେୟାରମ୍ୟାନ ଏବଂ ଫାଉଣ୍ଡର କୈଳାସ ଲଖୟାନୀ କହିଛନ୍ତି ଯେ, ସିସିଆଇ ରିପୋର୍ଟ ଏବଂ ଲଗାତାର ଅନୁବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପରେ ବି, ଏହି କମ୍ପାନୀଗୁଡିକ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସହ ସ୍ପେଶାଲ ଡିଲ କରିଛି ଏବଂ ଖୁଚୁରା ଷ୍ଟୋରୀ ମାଧ୍ୟମରେ ପ୍ରଡକ୍ଟସକୁ ଡେଲିଭରୀ କରିବାକୁ ପ୍ରତ୍ୟାଖ୍ୟାନ କରି ନିୟମର ଉଲ୍ଲଘଂନ କରୁଛି। ଏହା ବ୍ୟତୀତ, ଇ-କମର୍ସରୁ ରିଟେଲ ଚ୍ୟାନେଲରେ ପ୍ରଡକ୍ଟସର ଅନଧିକୃତ ଡାୟଭର୍ଜନ ଫଣ୍ଡ ରୋଟେସନରେ ବାଧା ସୃଷ୍ଟି କରିଥାଏ ଏବଂ ସରକାରୀ ସଂପତ୍ତିକୁ ଅତିରିକ୍ତ ରୋଟେସନ ଜିଏସଟିରୁ ଲାଭ ଉଠାଇବା ଅବସରରୁ ବଞ୍ଚିତ କରିଥାଏ।

ଦେଶରେ ଗଚ୍ଛିତ ଥିବା ୧.୫ ମିଲିୟନ ଅର୍ଥାତ ୧୫ ଲକ୍ଷରୁ ଅଧିକ ମୋବାଇଲ ରିଟେଲର୍ସକୁ ରିପ୍ରେଜେଣ୍ଟ କରୁଥିବା ବଡି ଅଲ ଇଣ୍ଡିଆ ମୋବଇଲ ରିଟେଲର୍ସ ଆସୋସିଏସନ କହିଛି ଯେ, ସ୍ଥାନୀୟ ବ୍ୟବସାୟର ରକ୍ଷା କରିବା ଏବଂ ଦେଶରେ ଫେୟାର ଟ୍ରେଡ ପ୍ରାକ୍ଟିସକୁ ଦେଶରେ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ।

Get real time updates directly on you device, subscribe now.