fbpx

ସେବା, ସ୍ୱାଭିମାନ ଓ ବିକାଶ ହେଉଛି ବିଜେଡିର ପରିଚୟ: ନବୀନ ପଟ୍ଟନାୟକ

ଭୁବନେଶ୍ଵର: ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ଆଜି ପଦଯାତ୍ରା ମାଧ୍ୟମରେ ପ୍ରୟାସ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ, ତାକୁ ଦୃଷ୍ଟିରେ ରଖି ଆଜି ଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଏକାମ୍ର ନିର୍ବାଚନ ମଣ୍ଡଳୀର ବଡଗଡ ନେତାଜୀ ଖେଳପଡିଆ ଠାରୁ ପଦଯାତ୍ରା ଆରମ୍ଭ ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ପଦଯାତ୍ରା ସମୟରେ ବିଜେପି ସରକାରକୁ ଟାର୍ଗେଟ କରି ନବୀନ କହିଥିଲେ, ‘ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ସେମାନେ BSKY ନାଁ ବଦଳାଇଛନ୍ତି । ଲୋକ ସବୁ ଜାଣନ୍ତି । ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି । ୩ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ୩ ହଜାର ଟଙ୍କା ଭତ୍ତା ଦେବେ ବୋଲି କହିଥିଲେ । ମାଆମାନଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଥିଲେ , କିନ୍ତୁ ଏପର୍ଯ୍ୟନ୍ତ କେତେ ଜଣ ପାଇଲେଣି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ କେବେ ହେଲେ ଜିତି ପାରିବେନି। ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ବିଜେଡି ଲୋକଙ୍କ ହୃଦୟରେ ଅଛି । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ମୁଁ କ୍ଷମତାରେ ଥାଏ ବା ନ ଥାଏ କିନ୍ତୁ ଲୋକଙ୍କ ସେବା ଜାରି ରହିବ। ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସେବା, ସ୍ଵାଭିମାନ ଓ ବିକାଶ ହେଉଛି ବିଜେଡିର ପରିଚୟ’ ବୋଲି କହିଛନ୍ତି ନବୀନ । ଏହା ବ୍ୟତୀତ ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ ନବୀନ ।

Get real time updates directly on you device, subscribe now.