fbpx

(ଭାଇରାଲ ଭିଡିଓ) GF ସହ ବୁଲୁଥିଲା ସ୍ୱାମୀ, ବିଚ୍ ରାସ୍ତାରେ ଏପରି ଅବସ୍ଥା କଲା ସ୍ତ୍ରୀ, ଦେଖନ୍ତୁ

ନୂଆଦିଲ୍ଲୀ: ଏକ୍ସଟ୍ରା ମ୍ୟାରିଟାଲ ଘଟଣା ଦେଶ ଦୁନିଆରେ ଲଗାତାର ବଢିବାରେ ଲାଗିଛି। ତେବେ ଏହାକୁ ନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ସ୍ତ୍ରୀ ନିଜ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କୁ ସାମ୍ନା ସାମ୍ନା ଧରିଛନ୍ତି। ଏହାପରେ ବିଚ୍ ରାସ୍ତାରେ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

@gharkekalesh ଏକ୍ସ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ହାଇୱେରେ ଏକ କାରରେ ଦୁଇ ମହିଳା ଅଛନ୍ତି। ସେହିପରି ସେହି ରାସ୍ତାରେ ଏକ କପଲ ସ୍କୁଟିରେ ଆସୁଛନ୍ତି। ଏହି ସ୍କୁଟିରେ ଆସୁଥିବା ବ୍ୟକ୍ତି ଜଣକଙ୍କ ସେହି ମହିଳାଙ୍କ ମଧ୍ୟରୁ ଜଣଙ୍କର ସ୍ୱାମୀ। ତେବେ ତାଙ୍କ ସ୍ତ୍ରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ପଛରେ ବସିଥିବା ମହିଳା ଜଣକ ମୁହଁରେ କପଡା ବାନ୍ଧିଥିଲେ। ଏହାପରେ ସେ କ୍ୟାମେରା ଅନ କରି ନିଜ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କ ସତ୍ୟାସତ୍ୟ ସମସ୍ତଙ୍କୁ ଦେଖାଉଛନ୍ତି। ସେହିପରି ସ୍ୱାମୀ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ପୁରାପୁରି ଅସହାୟ ହେବା ଦେଖିବାକୁ ମିଳୁଛି। ସେହି ସମୟରେ ଯୁବକଙ୍କ ଶାଶୁ ମଧ୍ୟ ଦୁହିଁଙ୍କୁ ଟଣାଓଟରା କରୁଛନ୍ତି। ହାଇ ଭୋଲ୍ଟେଜ ଡ୍ରାମା ପରେ ଯୁବକ ନିଜ ଗାଡ଼ିକୁ ଉଠାଇ ପ୍ରେମିକାଙ୍କୁ ବସିବାକୁ କହୁଛନ୍ତି।

Get real time updates directly on you device, subscribe now.