fbpx

ଇସ୍ରାଏଲ-ଇରାନ ଯୁଦ୍ଧ: ମହଙ୍ଗା ହେବ ତୈଳ, ଜାଣନ୍ତୁ ଭାରତ ଉପରେ ପଡିବ କେଉଁ ପ୍ରଭାବ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନି। ତେବେ ଏହି ଯୁଦ୍ଧ ମଧ୍ୟପୂର୍ବ ଆଡକୁ ମୁହାଁଉଛି। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ଭାରତ ଏବଂ ଏଠାରେ ରହୁଥିବା ଲୋକଙ୍କ ପକେଟ ଉପରେ ପଡିବ।

ଭାରତ ଶକ୍ତି ଆବଶ୍ୟକତା ପାଇଁ ତୈଳ ଆମଦାନୀ ଉପରେ ନିର୍ଭର କରିଥାଏ। ରୁଷର ତୈଳ ଆମଦାନୀକୁ ବଢାଇବା ପରେ ମଧ୍ୟ ଭାରତର ଅଧିକାଂଶ ଅଶୋଧିତ ତୈଳ ମଧ୍ୟପୂର୍ବରୁ ଆସିଥାଏ। ମଧ୍ୟପୂର୍ବ ଦେଶରେ ଯୁଦ୍ଧ ଆରମ୍ଭ ହେଲେ ଏହା ପ୍ରଭାବ ତୈଳ ବଜାର ଉପରେ ପଡିଥାଏ। ଏହି କ୍ଷେତ୍ରରେ ତୈଳ ଯୋଗାଣ ବ୍ୟାହତ ହେବ। ଏହା ଭାରତର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ବହୁ ସମୟ ପର୍ଯ୍ୟନ୍ତ ପଡିପାରେ।

ବୁଧବାର ଦିନ ତୈଳର ମୂଲ୍ୟରେ ୩ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ବ୍ରେଣ୍ଟ କ୍ରୁଡ ଫ୍ୟୁଚର ବ୍ୟାରେଲ ପିଛା ୨.୨୬ ଡଲାର (୧୮୯.୬୯ଟଙ୍କା) ବୃଦ୍ଧି ପାଇ ୭୫.୮୨ ଡଲାର(୬,୩୬୩.୭୨ ଟଙ୍କା)ରେ ପହଞ୍ଚିଛି। ସେହିପରି ୟୁଏସ ବେଷ୍ଟ ଟେକ୍ସାସ ଇଣ୍ଡରମିଡିଏଟ କ୍ରୁଡ ୨.୩୮ ଡଲାର (୧୯୯.୭୬) ବଢି ୭୨.୨୨ ଡଲାର(୬,୦୬୧.୫୭ ଟଙ୍କା)ରେ ପହଞ୍ଚିଛି।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହେବାରେ ଅଶୋଧିତ ତୈଳର ମୂଲ୍ୟ ବଢିଯାଇଛି। ଏହା ଭାରତ ପାଇଁ କ୍ଷତିକାରକ ପ୍ରମାଣିତ ହେବ। ତୈଳର ମୂଲ୍ୟ ବଢିବାରେ ଭାରତରେ ମହଙ୍ଗା ବୃଦ୍ଧି ହୋଇପାରେ। ଏଥିରେ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପଡିପାରେ। ଦେଶର ବିକାଶ କମ ହୋଇପାରେ।

Get real time updates directly on you device, subscribe now.