fbpx

୩ ଲକ୍ଷ ପର୍ଯ୍ୟନ୍ତ ନିବେଶରେ ମିଳିବ ସାନଦାର ରିଟର୍ଣ୍ଣ, ବରିଷ୍ଠ ନାଗରିକଙ୍କ ପାଇଁ ଜାରି ହେଲା ସ୍ପେଶାଲ ସ୍କିମ୍, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟକ୍ତି ନିବେଶ ପ୍ରତି ଆକୃଷ୍ଟ ହେଉଛନ୍ତି । ଏଥିରେ ଅଧିକ ରିଟର୍ଣ୍ଣ ସୁବିଧା ରହିଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ନିବେଶ ସୁବିଧା ରହିଛି । ଏଥିମଧ୍ୟରେ ଭାରତ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଏକ ବିଶେଷ ଯୋଜନା କରିଛନ୍ତି ଯାହାର ନାଁ ହେଉଛି ସିନିୟର ସିଟିଜେନ୍ ସେଭିଂ ସ୍କିମ୍ । ଏହି ସ୍କିମ୍ ସୁରକ୍ଷିତ ହେବା ସହ ଆକର୍ଷକ ରିଟର୍ଣ୍ଣର ସୁବିଧା ମଧ୍ୟ ରହିଛି । ଏହି ସ୍କିମ୍ ଅନ୍ତର୍ଗତ ଜଣେ ବରିଷ୍ଠ ନାଗରିକ ସର୍ବାଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବ ।

ଭାରତ ସରକାରଙ୍କ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ଅନ୍ତର୍ଗତ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଯେକୌଣସି ଗୋଟିଏ ସ୍ଥାନରେ ଆକାଉଣ୍ଟ ଖୋଲିବାକୁ ପଡ଼ିଥାଏ । ଏହି ସ୍କିମ୍ ଦ୍ୱାରା ଟ୍ୟାକ୍ସ ମଧ୍ୟ ସଞ୍ଚୟ ହୋଇଥାଏ ।

କିଏ ଖୋଲିପାରିବେ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ଆକାଉଣ୍ଟ ?

ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଉଦ୍ଧ୍ୱର୍ ଆୟୁର ଭାରତୀୟ ଆକାଉଣ୍ଟ ଡାକଘରେ କିମ୍ବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ ୫୫ ବର୍ଷରୁ ଉଦ୍ଧ୍ୱର୍ ଏବଂ ୬୦ ବର୍ଷରୁ କମ୍ ବୟସ୍କ ଅବସରପ୍ରାପ୍ତ କର୍ମଚାରୀ ଏହି ସ୍କିମର ଲାଭ ଉଠାଇବା ପାଇଁ ରିଟାୟାରମେଣ୍ଟ ସୁବିଧା ପାଇବାର ଗୋଟିଏ ମାସ ଭିତରେ ନିବେଶ କରିପାରିବେ । ବ୍ୟକ୍ତିଗତ କିମ୍ବା ଜଏଣ୍ଟ(ସ୍ୱାମୀ-ସ୍ତ୍ରୀ) ଭାବରେ ଏହି ଆକାଉଣ୍ଟ ଖୋଲିପାରିବେ । ଜଏଣ୍ଟ ଆକାଉଣ୍ଟରେ ଜମା ରାଶି କେବର ପ୍ରଥମ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ରହିବ ।
କେତେ ମିଳିଥାଏ ସୁଧ ?

ଜଣେ ବରିଷ୍ଠ ନାଗରିକଙ୍କ ସେଭିଙ୍ଗ୍ ସ୍କିମ୍ ଆକାଉଣ୍ଟରେ ୮.୨% ବାର୍ଷିକ ସୁଧ ମିଳିଥାଏ । ସୁଧ ରାଶି ଜମା ତାରିଖ ଠାରୁ ୩୧ ମାର୍ଚ୍ଚ/ ୩୦ ସେପ୍ଟେମ୍ବର/ ୩୧ ଡିସେମ୍ବର ଏବଂ ଏହା ପରେ ୧ ଏପ୍ରିଲ/ ୧ ଜୁଲାଇ/ ୧ ଅକ୍ଟୋବର ଏବଂ ୧ ଜାନୁଆରୀ ପର୍ଯ୍ୟନ୍ତ ଜମା କରାଯାଏ ।

ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ଅନ୍ତର୍ଗତ ସର୍ବନିମ୍ନ ନିବେଶ ରାଶି ୧୦୦୦ ଟଙ୍କା ରହିଛି । ଏହା ବାଦ୍ ୧୦୦୦ ଟଙ୍କା ଗୁଣନରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏସସିଏସଏସ୍ ଖାତାରେ ଅତିରିକ୍ତ ଜମା ରାଶି ହେଲେ ଏହାକୁ ତୁରନ୍ତ ଜମାକାରୀଙ୍କୁ ଫେରସ୍ତ କରାଯାଇଥାଏ । ଅତିରିକ୍ତ ଜମା ତାରିଖରୁ ପ୍ରତ୍ୟାହାର ତାରିଖ ପର୍ଯ୍ୟନ୍ତ କେବଳ ସଞ୍ଚୟ ଆକାଉଣ୍ଟରେ ସୁଧ ହାର ପ୍ରାଯୁଜ୍ୟ ହେବ । ଏହି ଯୋଜନା ଅନ୍ତର୍ଗତ ନିବେଶ ଆୟକର ଅଧିନିୟମ, ୧୯୬୧ର ଧାରା 80Cର ଲାଭ ପାଇଁ ଯୋଗ୍ୟ ଅଟେ । ଆକାଉଣ୍ଟଧାରୀ ଜଣଙ୍କ ସମ୍ବନ୍ଧିତ ଡାକଘର କିମ୍ବା ବ୍ୟାଙ୍କରେ ପାସବୁକ ସହ ନିର୍ଦ୍ଦିଷ୍ଟ ଫର୍ମ ଦାଖଲ କରି ମାଚୁ୍ୟରିଟି ତାରିଖ ଠାରୁ ୩ ବର୍ଷ ପର୍ଯ୍ୟନ୍ତ ଅବଧୀ ବୃଦ୍ଧି କରିପାରିବେ । ମନେରଖନ୍ତୁ ବର୍ଦ୍ଧିତ ଆକାଉଣ୍ଟରେ ମାଚୁ୍ୟରିଟି ତାରିଖରେ ଆପ୍ଲିକେବଲ ରେଟରେ ସୁଧ ମିଳିବ ।

 

Get real time updates directly on you device, subscribe now.