fbpx

ସାମନ୍ଥା ରୁଥ ପ୍ରଭୁଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ କୋଣ୍ଡା ସୁରେଖା, ନାଗା ଚୈତନ୍ୟଙ୍କ ସହ ଛାଡପତ୍ରକୁ ନେଇ ଦେଇଥିଲେ ବିବାଦୀୟ ବିବୃତ୍ତି

ନୂଆଦିଲ୍ଲୀ: ତେଲେଙ୍ଗାନାର ମନ୍ତ୍ରୀ କୋଣ୍ଡା ସୁରେଖା ବର୍ତ୍ତମାନ ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କୁ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। କୁଣ୍ଡା ସୁରେଖା ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ରର କାରଣ ବିଆରଏସ ନେତା କେଟି ରାମା ରାଓଙ୍କୁ କହିଥିଲେ। ଏହା ଉପରେ ଖୁବ ଚର୍ଚ୍ଚା ହୋଇଥିଲା। ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନାଙ୍କଠାରୁ ନେଇ ଜୁନିୟର ଏନଟିଆର, ନିଜେ ସାମନ୍ଥା, ଅଖିଳ ଅକ୍କିନେନୀ ଏବଂ ପ୍ରକାଶ ରାଜ ସମେତ ଅନେକ ସେଲିବ୍ରିଟି କୋଣ୍ଡା ସୁରେଖାଙ୍କୁ କଡ଼ା ସମାଲୋଚନା କରିଥିଲେ। ବର୍ତ୍ତମାନ କୋଣ୍ଡା ସୁରେଖା ନିଜ ବିବୃତ୍ତି ଫେରାଇ ନେବା କଥା କହିଛନ୍ତି।

ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟ ଏକ ସମୟରେ ସାଉଥର ପପୁଲାର କପଲ ଥିଲେ। ଏହି ଦୁଇ ଜଣ ୨୦୧୭ରେ ଲଭ ମ୍ୟାରେଜ କରିଥିଲେ, ହେଲେ ୨୦୨୧ରେ ସେମାନେ ଭିନ୍ନ ହୋଇଯାଇଛନ୍ତି। ଅଗଷ୍ଟ ୨୦୨୪ରେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୂଳିପାଲାଙ୍କ ସହ ଏନଗେଜମେଣ୍ଟ କରିଛନ୍ତି। ହେଲେ ବର୍ତ୍ତମାନ କୋଣ୍ଡା ସୁରେଖା ତାଙ୍କ ଛାଡପତ୍ରକୁ ନେଇ କିଛି କଥା କହିଥିଲେ ଏବଂ ସେଥିପାଇଁ କେଟିଆରଙ୍କୁ ଦୋଷୀ ବୋଲି କହିଥିଲେ, ଏହାପରେ ସମସ୍ତେ ଉତ୍ତ୍ୟକ୍ତ ହୋଇଥିଲେ।

କୋଣ୍ଡା ସୁରେଖା ଏକ୍ସରେ କ୍ଷମା ମାଗି ଲେଖିଛନ୍ତି ଏବଂ ସାମନ୍ଥାଙ୍କୁ କ୍ଷମା ମାଗି କହିଛନ୍ତି ଯେ, ତାଙ୍କ କମେଣ୍ଟର ଉଦ୍ଦେଶ୍ୟ ମହିଳାମାନଙ୍କ ଅନାଦାର ଏବଂ ଅପମାନ ଉପରେ ପ୍ରଶ୍ନ ଉଠାଇବାର ଥିଲା, ସାମନ୍ଥାଙ୍କ ଭାବନାକୁ କ୍ଷତି ପହଞ୍ଚାଇବାର ନଥିଲା।

Get real time updates directly on you device, subscribe now.