fbpx

ଷ୍ଟଡିରୁ ଜଣାପଡିଛି, ନବରାତ୍ରୀ ଉପବାସ ଆମ ଜୀବନରେ ବହୁ ସୁଫଳ ଦିଏ

ଓଡିଶା ଭାସ୍କର: ନବରାତ୍ରୀ ଆରମ୍ଭ ହୋଇଛି। ମାଆଙ୍କ ସହ ଶରୀରିକ ଓ ମାନସିକ ଶକ୍ତିର ବିକାଶ ପାଇଁ ଏହି ବ୍ରତ-ଉପବାସ ରଖାଯାଇଥାଏ। ଏଥିରେ ଶରୀର ସୁସ୍ଥ ହେବା ସହ ମାନସିକ ଓ ବୌଦ୍ଧିକ ବିକାଶ ହେଉଥିବା ଏକ ଷ୍ଟଡିରୁ ଜଣାପଡିଛି । ଉପବାସ କରିବା ଦ୍ୱାରା ମନ ପ୍ରସନ୍ନ ହେବା ସହ ଶରୀରର ମେଟାବଲିଜିମ ଭଲ ହୋଇଥାଏ। ମେଟାବଲିଜିମ ଷ୍ଟ୍ରଙ୍ଗ ହେବାରେ ମୋଟାପଣ ହ୍ରାସ ହୋଇଥାଏ। ଉପବାସ କଲେ କ୍ୟାଲୋରୀ ଇନଟେକ କମିଯାଏ ଏବଂ ଶରୀରକୁ ଏନର୍ଜୀ କମ ମିଳିଥାଏ, ଏଭଳି ପରିସ୍ଥିତିରେ ମେଟାବଲିଜିମ ଶରୀରରେ ଥିବା ଚର୍ବିରୁ ଆବଶ୍ୟକୀୟ ଏନର୍ଜୀ ହାସଲ କରିଥାଏା ଫଳରେ ଶରୀରର ମୋଟାପଣ କମ ହେବାକୁ ଲାଗେ।

ଏକ ଷ୍ଟଡି ମୁତାବକ, ଶରୀରର ମାତ୍ର ୫ ପ୍ରତିଶତ ଫ୍ୟାଟ ହ୍ରାସ ହାର୍ଟ ଡିଜିଜର ଭୟକୁ ଅନେକ ପରିମାଣରେ କମାଇଦିଏଥାଏ। ଖାଲି ସେତିକି ନୁହେଁ, ଏକ ରିସର୍ଚ୍ଚରେ ସାମିଲ ଲୋକଙ୍କ ମଧ୍ୟରୁ ୭ କିଲୋ ଓଜନ ହ୍ରାସ କରିଥିବା ୭ ପ୍ରତିଶତ ଲୋକଙ୍କୁ ଡାଇବେଟିସ ଥିଲେ ମଧ୍ୟ ଆଉ ଡାଇବେଟିସର ଔଷଧ ଖାଇବାର ଆବଶ୍ୟକ ପଡିନଥିଲା। ସୁଗାର କଣ୍ଟ୍ରୋଲ ହୋଇଥିଲା। ଆପଣଙ୍କୁ ଯୋଗର ବ୍ରତ ରଖିବା ଆବଶ୍ୟକ। ନବରାତ୍ରିରେ ପ୍ରତିଦିନ ଶରୀରର ଅଧା କିଲୋ ଓଜନ କମିଗଲେ, ୯ ଦିନରେ ଆପଣ ପାଖାପାଖି ୫ କିଲୋ ଓଜନ ହ୍ରାସ କରିପାରିବେ, ଯାହା ଆପଣଙ୍କୁ ଆହୁରି ଆକର୍ଷଣୀୟ କରି ଗଢିତୋଳିବ।

ତେବେ ନବରାତ୍ରୀ ଉପବାସ ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଯେମିତିକି ବଡି ସକାଳୁ ଉଠିବା । ଏହା ଆପଣଙ୍କୁ ମାନସିକ ଓ ଶାରୀରିକ ସତେଜତା ଦେଇଥାଏ ବୋଲି ଷ୍ଟଡି କହୁଛି ।

Get real time updates directly on you device, subscribe now.