fbpx

ଆଶ୍ଚର୍ଯ୍ୟ! ମୂର୍ତ୍ତି ଚୋରାଇ ରଖିପାରିଲାନି ଚୋର, କ୍ଷମା ମାଗି କହିଲା ଭଗବାନ ଶ୍ରୀକୃଷ୍ଣ ସ୍ବପ୍ନରେ ଆସି….

ନୂଆଦିଲ୍ଲୀ: ମୂର୍ତ୍ତି ଚୋରାଇ ଘରେ ରଖିପାରିଲାନି ଚୋର । ମନ୍ଦିରକୁ ଆସି ରାଧାକ୍ରିଷ୍ଣାଙ୍କ ମୂର୍ତ୍ତି ଚୋରାଇବା ପରେ କ୍ଷମା ମାଗି ପୁଣି ମୂର୍ତ୍ତି ଫେରାଇ ଦେଇଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଚୋର ଚୋରି କରିବା ପରେ କାହିଁକି ଫେରାଇଲା । ତାହା ପୁଣି କ୍ଷମା ମାଗି.. । ମୂର୍ତ୍ତି ଚୋରାଇ ଘରକୁ ନେବା ପରେ ଚୋର ସହ ଯାହା ଘଟିଲା ତାହା କେହି କଳ୍ପନା ମଧ୍ୟ କରିନଥିବେ । ପ୍ରଥମେ ମନ୍ଦିରକୁ ଆସି ଖୁସିରେ ଖୁସିରେ ଚୋରି କରିନେଲା, ଏହାପରେ ସ୍ତ୍ରୀ ଆଉ ଛୁଆର ହେବ ଖରାପ ହୋଇଗଲା । ଚାର ଭାବିଲା ବୋଧେ ରାଗିଗଲେ ଶ୍ରୀକୃଷ୍ଣ । ସ୍ବପ୍ନରେ ଆସିଲେ, ଏହା ପରେ ଆଉ ଚୋର ସହିପାରିଲାନି । ମନ୍ଦିରକୁ ଆସି କ୍ଷମାଚିଠି ସହିତ ମୂର୍ତ୍ତି ଫେରାଇ ଦେଇଛି । ମଧ୍ୟପ୍ରଦେଶର ସଙ୍ଗମ ନଗରୀର ନବାବଗଞ୍ଜ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।

ଘଟଣାଟି ସେପ୍ଟେମ୍ବର 23 ତାରିଖରେ । ରାତିରେ ଆସି 150 ବର୍ଷ ପୁରୁଣା ରାଧା କୃଷ୍ଣ ମୂର୍ତ୍ତିକୁ ଚୋରି କରିଥିଲା ଚୋର । ଏହାପରେ ମନ୍ଦିର ପୂଜକ ଥାନାରେ ଏତଲା ଦେଇଥିଲେ । ଏହାକି ଭିତରେ ଚୋର ଆସି ବୁଧବାର ଦିନ ଏକ କପଡା ଘୋଡାଇ ମୂର୍ତ୍ତି ଥୋଇ ଦେଇଥିଲା । ଏହାସହିତ ଚିଠିରେ କ୍ଷମା ମାଗି ଛାଡି ଦେଇଥିଲା ।

ଚୋର ଲେଖିଥିଲା, ମହାରାଜ ପ୍ରଣାମ । ମୁଁ ଭଗବାନଙ୍କ ମୂର୍ତ୍ତି ଚୋରାଇଥିଲି । ସେହିଦିନ ଠାରୁ ମୋତେ ଖରାପ ସ୍ବପ୍ନ ଆସୁଛି । ମୋ ଛୁଆ ଏବଂ ସ୍ତ୍ରୀର ଦେହ ମଧ୍ୟ ଖରାପ ହେଉଛି । କିଛି ଟଙ୍କା ପାଇଁ ମୁଁ ବହୁତ ଖରାପ କାମ କରିଛି । ମୁଁ ମୋର ଦୋଷ ମାନୁଛି, ଏଇଠି ମୂର୍ତ୍ତି ଥୋଇ ଦେଉଛି ।

Get real time updates directly on you device, subscribe now.