fbpx

(Video) ଗୋଡ଼ରେ ପ୍ଲାଷ୍ଟର, Wheel Chairରେ ମେଡିକାଲରୁ ଫେରିଲେ Hero No.1

ମୁମ୍ବାଇ: ଗୁଳିକାଣ୍ଡର ୩ ଦିନ ପରେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବଲିଉଡର ହିରୋ ନମ୍ବର ୧ । ଗୋଡ଼ର ସର୍ଜରୀ ପରେ ଆଜି ପରିବାର ଲୋକଙ୍କ ସହ ସେ ଘରକୁ ଫେରିଛନ୍ତି । ହସ୍ପିଟାଲ ପରିସରରେ ତାଙ୍କୁ ଦେଖିବାକୁ ମିଳିଛି । ଏହି ସମୟୋର ତାଙ୍କ ଗୋଡ଼ରେ ପ୍ଲାଷ୍ଟର ରହିଥିବା ବେଳେ ସେ ହ୍ୱିଲ ଚେୟାରରେ ବସିଥିବାର ଦେଖାଯାଇଛି । ହ୍ୱିଲ ଚେୟାରରେ ସେ ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ତେବେ ମେଡିକାଲରୁ ଡିସଚାର୍ଜ ହେବା ବେଳେ ଗୋବିନ୍ଦାଙ୍କୁ ଦେଖି ବେଶ୍ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ସ ।

ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସୁପରଷ୍ଟାର ଗୋବିନ୍ଦା । ଜୁହୁ ପୋଲିସ ଗୋବିନ୍ଦାଙ୍କ ବୟାନ ରେକର୍ଡ କରିବା ପାଇଁ ହସ୍ପିଟାଲରେ ପହଞ୍ଚି ପଚରା ଛରା କରିଥିଲା । ତେବେ ପୋଲିସ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଆଲମାରୀରେ ରିଭଲବର ରଖୁଥିବା ସମୟରେ ସେଥିରୁ ଗୁଳି ଫୁଟିଥିଲା ଏବଂ ଏହା ମୋ ଗୋଡ଼ରେ ଲାଗିଛି । ଭୁଲ ଗୁଳି ଚାଳନା ହୋଇଥିବା ସ୍ୱୀକାର କରିଛନ୍ତି ହିରୋ ନମ୍ବର ୧ ଗୋବିନ୍ଦା । ଏହାବ୍ୟତୀତ ତାଙ୍କ ରିଭଲବର ପ୍ରାୟ ୨୦ ବର୍ଷ ପୁରୁଣା ବୋଲି ସେ ସ୍ପଷ୍ଟ କରିଛନ୍ତି ।

ମେଡିକାଲରୁ ଡିସଚାର୍ଜ ବେଳେ ଗୋବିନ୍ଦା ନିଜ ଫ୍ୟାନ୍ସ ଓ ପ୍ରଶଂସକ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି । ଗୋବିନ୍ଦାଙ୍କ ସହ ତାଙ୍କ ପତ୍ନୀ ସୁନୀତା ଏବଂ ଝିଅ ଟିନା ମଧ୍ୟ ଉପସ୍ଥିତ ଥିଲେ । ହ୍ୱିଲ ଚେୟାରରୁ ଗୋବିନ୍ଦା ଫ୍ୟାନ୍ସ ଏବଂ ମିଡିଆକୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି । ଗୋବିନ୍ଦାଙ୍କ ଗୋଡ଼ରେ ଏକ ସପୋର୍ଟ ଲାଗିଥିବା ଦେଖାଦେଇଛି । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଇଛି ।

Get real time updates directly on you device, subscribe now.