fbpx

ନବରାତ୍ରୀରେ ନିରାମିଷ ଅମଲେଟ କରି ପରିବାର ଲୋକଙ୍କ ମନ ମୋହିନିଅନ୍ତୁ

ଓଡିଶା ଭାସ୍କର: ଗତକାଲିଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ମହାମାୟୀଙ୍କ ଧରାବତରଣର ଆଦ୍ୟ ପର୍ବ । ଏହି ସମୟରେ ଘରେ ଘରେ ମାଆଙ୍କ ସ୍ୱାଗତ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ୯ ଦିନ ବ୍ୟାପୀ ପରିବାରର ସମସ୍ତେ କରିବେ ସାତ୍ୱିକ ଭୋଜନ । ଘରେ ଆମିଷ ଛାଡନ୍ତୁ, ଅନେକ ତ ପିଆଜ, ରସୁଣକୁ ମଧ୍ୟ ପଶେଇ ଦେଉନାହାନ୍ତି ଘରକୁ । ହେଲେ ଛୋଟ ପିଲାଙ୍କୁ ନେଇ ସମସ୍ୟା ଦେଖାଦେଲାଣି । ପିଲା ସାତ୍ୱିକ ଭୋଜନ ଦେଖି କାନ୍ଦ କାନ୍ଦ । ଆଗକୁ ଆହୁରି ୭ ଦିନ ଅଛି । କେମିତି ପିଲାଙ୍କୁ ଖୁସି କରିବେ, ସେଥିପାଇଁ ଆମେ ଆଣିଛୁ ନୂଆ ଏକ ରେସିପି । ପିଲାଙ୍କୁ ଦିଅନ୍ତୁ ଆମଲେଟ, ହେଲେ ଏଥିରେ ନଥିବ ଅଣ୍ଡା । ଏହି ଏଗଲେସ ଅମଲେଟ ଖାଇ ପିଲା ଖୁସ, ଆପଣ ବି ଚିନ୍ତାଶୂନ୍ୟ ।

ନବରାତ୍ରୀର ସାତ୍ୱିକ ଓ ଭକ୍ତିପୂର୍ଣ୍ଣ ସମୟରେ ଏଗଲେସ ଅମଲେଟ ପିଲାଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ଖାଦ୍ୟ ପ୍ରତି । ତେବେ କେମିତି ବନେଇବେ ଏହି ଏଗଲେସ ଅମଲେଟ ଆସନ୍ତୁ ଜାଣିବେ-

ଆବଶ୍ୟକୀୟ ସାମଗ୍ରୀ: ହାପ ଚାମଚ ତେଲ, ୧ ଚାମଚ ଲହୁଣି, ୧ ମଧ୍ୟମ ଆକାରର କଟାଯାଇଥିବା ପିଆଜ । (ଯଦି ନବରାତ୍ରୀରେ ପିଆଜ ଖାଉନାହାନ୍ତି, ତେବେ ପିଆଜକୁ ଏଡାଇ ଯାଇ ପାନ୍ତି । ) ଦୁଇଟି କଞ୍ଚାଲଙ୍କାକୁ ଚୁନ ଚୁନ କାଟିନିଅନ୍ତୁ । ଅଧ ଇଞ୍ଚର ଅଦାକୁ ଚୁନ ଚୁନ କରିନିଅନ୍ତୁ । ଛୋଟ ଛୋଟ କଟାଯାଇଥିବା ଟମାଟୋ । ବନ୍ଧା କୋଟି ଅଳ୍ପ ସରୁ ଓ ଛୋଟ ଆଖାରରେ କଟାଯାଇଥିବ ।

ଏହା ପରେ ଧଳା ବ୍ରେଡର ସାଇଡ କାଟି ଏକ ପାତ୍ରରେ ଗୁଣ୍ଡ କରି ପକାନ୍ତୁ । ଏତିରେ ବେସନ, ମୈଦା, ସ୍ୱାଦ ମୁତାବକ ଲୁଣ. ଅଳ୍ପ ଚିନି ପକାନ୍ତୁ । ଏଥିରେ ଅଳ୍ପ ହଳଦୀ ମଧ୍ୟ ପକାଇପାରିବେ । ଏହା ପରେ ଏଥିରେ ଅଧା କପ କ୍ଷୀର, ଏକ କପ ପାଣି ଦେଇ ଭଲଭାବେ ଆଣ ପ୍ରସ୍ତୁତ କରନ୍ତୁ । ଆଣ ହୋଇଯିବା ପରେ ଉପରୋକ୍ତ କଟା ସାମଗ୍ରୀକୁ ଏଥିରେ ମିଶାଇ ଦିଅନ୍ତୁ । ପୁଣି ଭଲକରି ଗୋଳାଇ ନିଅନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ଗରମ କରି ନିଅନ୍ତୁ । ତେଲ ଗରମ ହେବା ପରେ ସାମାନ୍ୟ ଜିରା ପକାଇ ଦିଅନ୍ତୁ । ଜିରା ଫୁଟିବା ପରେ ସେଥିରେ ପ୍ରସ୍ତୁତ ଆଣକୁ ଆବଶ୍ୟକ ମୁତାବକ ଢାଳିଦିଅନ୍ତୁ ।

ଅମଲେଟ କରିବା ପରି ତାକୁ ଏପଟ ସେପଟ ଭାଜିନିଅନ୍ତୁ ଓ ପିଲାଙ୍କୁ ପରସନ୍ତୁ । ଏହି ଅମଲେଟ ଉଭୟ ଟିଫିନ ଓ ଭୋଜନରେ ସାଇଡ ଆଇଟମ ଭାବେ ବ୍ୟବହାର କରି ପାରିବେ ।

 

Get real time updates directly on you device, subscribe now.