fbpx

ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି : ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ତଥ୍ୟ ବିଜ୍ଞାପନରେ ପ୍ରକାଶ ପାଇଛି । ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ତୃତୀୟ ଓ ଚତୁର୍ଥ ଶ୍ରେଣୀର ପଦବୀରେ ନିର୍ଦ୍ଧାରିତ ବୟସସୀମା ୩ ବର୍ଷ କୋହଳ ରହିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡିବ ନାହିଁ ।

ପୂର୍ବରୁ କାରବିଲ ବିଜୟ ଦିବସ ପାଳନ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁନିଫର୍ମ ସେବା କ୍ଷେତ୍ରରେ ରାଜ୍ୟରେ ଅଗ୍ନିବୀରଙ୍କୁ ୧୦ପ୍ରତିଶିତ ସଂରକ୍ଷଣ ଦିଆଯିବା ସହିତ ୫ବର୍ଷ ବୟସ ସୀମା କୋହଳ କରିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜାରି ହୋଇଥିବା ନିୟମାବଳୀ ଅନୁସାରେ ଓଡିଶାର ପୁଲିସ, ଅଗ୍ନିଶମ ବିଭାଗରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ସେହିପରି ରାଜ୍ୟର ‘ଗ ଓ ଘ’ ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସ ସୀମା ୩ବର୍ଷ କୋହଳ କରାଯାଇଛି। ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ଦେବାକୁ ପଡିବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.