fbpx

ବଡ଼ ଦୁର୍ଘଟଣା: ଘାଟିରେ ଖସିପଡିଲା ବରଯାତ୍ରୀ ବସ୍‌, ୩୦ ଜଣଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ବରଯାତ୍ରୀ ବୋଝେଇ ବସ ଅନିୟନ୍ତ୍ରିତ ହୋଇ ଘାଟିରେ ଖସିପଡିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ପାଖାପାଖି ୨୫ରୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ମୃତ୍ୟୁ ସହ ଲଢେଇ କରୁଛନ୍ତି।

ଉତ୍ତରାଖଣ୍ଡର ପୋଡୀରେ ଏକ ବିବାହ ଉତ୍ସବ ପାଇଁ ଶୁକ୍ରବାର ଦିନ ବରଯାତ୍ରୀ ଭର୍ତ୍ତି ବସ ଯାଇଥିଲା। ଏହି ବସ ହରିଦ୍ୱାରା ନିକଟସ୍ଥ ଢାଙ୍ଗ ଅଞ୍ଚଳରେ ଥିବା ବିରୋନଖାଲ ଗାଁ ଯାଉଥିଲା। ଗନ୍ତବ୍ୟସ୍ଥଳରୁ ମାତ୍ର ଦୁଇ କିମି ଦୂରରୁ ଏହି ଦୁର୍ଘଟଣା ଘଟିଛି। ଘାଟ ରୋଡରେ ଉପରକୁ ଚଢୁଥିବା ସମୟରେ ବସ ଅନିୟନ୍ତ୍ରିତ ହୋଇ ୨୦୦ ଫୁଟ ଖାଲରେ ଯାଇ ପଡିଥିଲା।

ଦୁର୍ଘଟଣାରେ ସମୁଦାୟ ୪୦ ରୁ ୫୦ ଜଣ ଲୋକେ ଯାତ୍ରା କରୁଥିଲେ। ଏଥିରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଅନ୍ୟାନ୍ୟ ଶିଶୁ ଏବଂ ଲୋକେ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.