fbpx

ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ‘ବିଜୟରେ ଉନ୍ମାଦିତ କି ପରାଜୟରେ ହତୋଶ୍ଚାହିତ ହୁଅ ନାହିଁ’

ଭୁବନେଶ୍ବର(ଓଡିଶାଭାସ୍କର): ବିଜେଡି ଏବଂ ବିଜେପି ମଧ୍ୟରେ ଦୋଷ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତେବେ କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର ଆଜି କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ଧର୍ମେନ୍ଦ୍ର । ଆଜି ନବୀନଙ୍କ ମନ୍ତବ୍ୟକୁ ତେରଛା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, “ଗଣତନ୍ତ୍ରରେ ଜୟ ପରାଜୟ ଲାଗି ରୁହେ। ବିଜୟରେ ବେଶୀ ଉନ୍ମାଦିତ କି ପରାଜୟରେ ହତୋଶ୍ଚାହିତ ହେବାର ଆବଶ୍ୟକତା ନାହିଁ । ଆମ ପାର୍ଟି ବହୁତ୍ ହାରିଛି । ଦେଶରେ 2ଟି ଲୋକସଭା ଆସନରେ ଦଳ ଜିତିଥିଲା । ଓଡିଶାରେ ଆମକୁ କିଛି ବନ୍ଧୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। ଯାହାକୁ ସେବା କରିବାର ସୁଯୋଗ ମିଳିଛି ସେ ଦାୟିତ୍ଵ ସହକାରେ ସେବା କରୁ । ଯାହାକୁ ବିରୋଧୀ ଦଳ ଭାବରେ ସୁଯୋଗ ମିଳିଛି ତାହାକୁ ସେ ସୁଚାର ରୂପେ ତୁଲାଉ। ବାକି ଲୋକ ବିଚାର କରିବେ ।“ ପ୍ରକାଶଥାଉକି, ବିଜେଡି ଜନସମ୍ପର୍କ ପଦଯାତ୍ରା ସମୟରେ ବିଜେପି ମିଛ କହି କ୍ଷମତାକୁ ଆସିଛି ବୋଲି କହିଥିଲେ ।

କଣ କହିଥିଲେ ନବୀନ- ନବୀନ କହିଥିଲେ, “ବିଜେପି ଜନସାଧାରଣଙ୍କୁ ମିଛ କହି କ୍ଷମତାକୁ ଆସିଛି । କୌଣସି ଦଳ ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବନି । ଆମେ ଲୋକଙ୍କ ହୃଦୟରେ ରହିଛି । ନିର୍ବାଚନରେ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବେନି । “

Get real time updates directly on you device, subscribe now.