fbpx

RI, ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କରାଗଲା ଅବଗତ: ବିଭାଗୀୟ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ପରିଚାଳିତ ଆରଆଇ, ଅମିନ ପରୀକ୍ଷାରେ ହୋଇଥିବା ଅନିୟମିତା ନେଇ ରାଜ୍ୟବାସୀ ବିରୋଧାଭାସ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପରୀକ୍ଷାରେ ଅନିୟମିତା ହୋଇଥିବା ନେଇ ବହୁ ପରୀକ୍ଷାର୍ଥୀ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଛନ୍ତି । ତେବେ ଏହା ମଧ୍ୟରେ ଏହି ପରୀକ୍ଷାର ଅନିୟମିତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଯାଇଛି । ଏଥିସହିତ ବିଭାଗୀୟ ମନ୍ତ୍ରୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି ରିପୋର୍ଟ ମାଗିଛନ୍ତି ।

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପରୀକ୍ଷା ଉଚିତ ସ୍ଥାନରେ ହେଉ ନଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଆରଆଇ, ଅମିନ ପରୀକ୍ଷା ରାଜସ୍ୱ ବିଭାଗ କରେନାହିଁ, ଓଏସଏସଏସସି କରିଥାଏ । ଜଣେ ଥାର୍ଡ ପାର୍ଟିକୁ ଷ୍ଟାଫ ସିଲେକ୍ସନ ବୋର୍ଡ ଆଉଟସୋର୍ସିଂ କରିଛି । ସେହି କମ୍ପାନୀର କ୍ରେଡିବିଲିଟିକୁ ନେଇ ପ୍ରଶ୍ନ ଉଠିଛି । ତ୍ରୁଟି ବିଚ୍ୟୁତି କେତେ ପରିମାଣରେ ହୋଇଛି, ତାହା ଫଳାଫଳକୁ କେତେ ପ୍ରଭାବିତ କରିବ ତା’ ଉପରେ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ଗ୍ରହଣ କରିବେ । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି ବ୍ଲାକ ଲିଷ୍ଟେଡ ହୋଇଥିବ ତେବେ ଉକ୍ତ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱରୁ ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.