fbpx

(Video) ନବରାତ୍ରୀର ପବିତ୍ର ଅବସରରେ ଟଳିପଡିଲେ ରାମ, ଡାକ୍ତର କଲେ ମୃତ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ଅଞ୍ଚଳରେ ନବରାତ୍ରୀର ପବିତ୍ର ଅବସରରେ ଚାଲିଛି ସାଂସ୍କୃକିତ କାର୍ଯ୍ୟକ୍ରମ । ପେଣ୍ଡାଲରେ ପରିବେଷଣ ହେଉଥିଲା ରାମଲୀଳା । ରାମ ପେଣ୍ଡାଲରେ ନିଜ ଡାଇଲଗ ଡେରିଭରି କରୁଥିବା ବେଳେ ହଠାତ୍ ଚାଲିଗଲେ ଷ୍ଟେଜର ପଛପଟକୁ ଓ ସେଠାରେ ପଡିଗଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ରାମଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଦେଲେ ସୂଚନା ।

ବିଶ୍ୱକର୍ମା ନଗରରେ ରହୁଥିବା ସୁଶୀଲ କୌଶିକ ପେସାରେ ଜଣେ ପ୍ରପର୍ଟି ଡିଲର । ନବରାତ୍ରୀ ହେଉଥିବା ରାମଲୀଳାରେ ସେ ରାମ ଭୂମିକାରେ ଅଭିନୟ କରୁଥିଲେ । ବିଭୀଷଣଙ୍କ ରାଜ୍ୟାଭିଷେକ ପରେ ରାମ ଦେବ ଦେବ ଶଙ୍କରଙ୍କ ନିକଟରେ ତାଙ୍କ ଦ୍ୱାରା ସୁଶାସନ ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରୁଥିବା ବେଳେ, ହଠାତ୍ ରାମଙ୍କୁ ତାଙ୍କ ଛାତିରେ ହାତ ଦେଉଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ସେ ସେଠାରୁ ପେଣ୍ଡାଲରେ ଥିବା ଏକ ଖୁଣ୍ଟ ପଛପଟକୁ ଚାଲିଯାଇଥିଲେ ଓ ସେହିଠାରେ ତଳେ ପଡିଯାଇଥିଲେ ।

ଏହା ଦେଖି ରାମଲୀଳା ବନ୍ଦ ହେବା ସହ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କ ପରୀକ୍ଷା କରି ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।ଷ୍ଟେଜ ଉପରେ ତାଙ୍କ ହୃଦଘାତର ଭିଡିଓ ରେକର୍ଡ ହୋଇ ଭାଇରାଲ ହେଉଛି ।

Get real time updates directly on you device, subscribe now.