fbpx

ଏ କି ଅଶୁଭ ସଂକେତ! ପୂଜା ପୂର୍ବରୁ ଉଡ଼ିଗଲା ଦେବୀ ଦୁର୍ଗାଙ୍କ ତୋରଣ, ରସୁଲଗଡ଼ରେ ଅଘଟଣ

ଭୁବନେଶ୍ୱର: ଆଶ୍ୱୀନ ମାସ ସହ କାଶତଣ୍ଡୀ ଫୁଲର ମାଳାରେ ଧରା ଆଗମନ କରୁଛନ୍ତି ଦେବୀ ମା’ ଦୁର୍ଗା । ମା ଦଶଭୂଜାଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ରହିଛି ସାରା ଓଡ଼ିଶା । ପୁର ପଲ୍ଲୀରେ ସଜେଇ ହେଉଛି ମଣ୍ଡପ, ଆସିବେ ମା’ ମହିଷା ମର୍ଦ୍ଦିନୀ । କିନ୍ତୁ ମା’ଙ୍କ ଆଗମନ ପୂର୍ବରୁ ଭୁବନେଶ୍ୱରର କେନ୍ଦ୍ରବିନ୍ଦୁ କୁହାଯାଉଥିବା ରସୁଲଗଡ଼ ଛକରେ ଘଟିଯାଇଛି ଏକ ବଡ଼ ଅଘଟଣ । ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ହେଉଥିବା ବିଶାଳ ମଣ୍ଡପରୁ ଦେବୀ ଦୁର୍ଗାଙ୍‌କ ତୋରଣ ଖସି ପଡ଼ିଛି । ଏହାକୁ ଏକ ଅଶୁଭ ସଂକେତ ବୋଲି କୁହାଯାଉଛି । କିନ୍ତୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ହୋଇଥିବା ବର୍ଷା ପବନ ଯୋଗୁଁ ସାଜସଜ୍ଜା ହେଉଥିବା ବେଳେ ତୋରଣ ଖସି ପଡ଼ିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ୱରରେ ଏକ ଭଳା ହାଣ୍ଡିଆ ମେଘ ଘୋଟି ଆସିଥିଲା । ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଏବଂ ପବନର ବେଗ ମଧ୍ୟ ଖୁବ ବୃଦ୍ଧି ପାଇଥିଲା । ଏହି ପବନର ବେଗକୁ ଅଟକାଇବାରେ ସମ୍ଭବ ହୋଇପାରି ନାହିଁ ନିର୍ମାଣରତ ତୋରଣ । ରସୁଲଗଡ଼ ଛକରେ ଦୁର୍ଗା ପୂଜା ପାଇଁ ମଣ୍ଡପ ନିର୍ମାଣ ବେଳେ ଏହି ପବନ ମା’ ଦୁର୍ଗାଙ୍କ ତୋରଣ ଉଡ଼ାଇ ନେଇଛି । ଏହି ମାମଲାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.