fbpx

Relationship Tips: ଏପରି ବନ୍ଧୁଙ୍କ ଠାରୁ ଦୂରେଇ ରୁହନ୍ତୁ, ନିଜ ଫାଇଦା ପାଇଁ ଆପଣଙ୍କୁ କରିଥାନ୍ତି ମାନିପ୍ୟୁଲେଟ୍‌, ଜାଣନ୍ତୁ ଏହି ସଂକେତରୁ

ଓଡ଼ିଶା ଭାସ୍କର: ବନ୍ଧୁତା ଏକ ସୁନ୍ଦର ସମ୍ପର୍କ । ସାଙ୍ଗ ସହ ଯେତେ ରାଗରୁଷା ହେଲେ ମଧ୍ୟ ଆଜି କଟି ଆଉ କାଲି ମିଟି । ବିଶ୍ୱାସ, ଆପୋସ ବୁଝାମଣା ଓ ସମ୍ମାନ ଦ୍ୱାରା ଏହି ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ । କିନ୍ତୁ ଆଜିକାଲି ସ୍ୱାର୍ଥପର ଦୁନିଆରେ ବନ୍ଧୁତା ନାଁରେ ବ୍ୟକ୍ତି ପରସ୍ପରକୁ ଠକିବାରେ ବ୍ୟସ୍ତ । ଏହା ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଲାଗୁ ହୋଇଥାଏ । ଅପରପକ୍ଷରେ କହିବାକୁ ଗଲେ କିଛି କୂଟିଳ ପ୍ରକୃତିର ଲୋକ ଅନ୍ୟର ଫାଇଦା ଉଠାଇବା ପାଇଁ ମିଛି ମିଛିକା ବନ୍ଧୁତା ସ୍ଥାପନ କରିଥାନ୍ତି । ଏଭଳି ବ୍ୟକ୍ତି ଅନ୍ୟକୁ ସହଜରେ ମାନିପ୍ୟୁଲେଟ୍ କରିଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ଏଥିରୁ ଅନବିଜ୍ଞ ଥାନ୍ତି । ବେଳେ ବେଳେ ଆମେ ବନ୍ଧୁତାରେ ଏତେ ହଜି ଯାଇଥାଉ କି ଅଜାଣତରେ ମାନିପୁଲେସନର ଶିକାର ହୋଇଥାଉ । ସାଙ୍ଗସାଥିମାନେ ବହୁତ ଚତୁରତାର ସହ ଆମ ଦ୍ୱାରା ନିଜ କାମ ହାସଲ କରିଥାନ୍ତି । ସେମାନେ ଜବରଦସ୍ତି ନିଜ କଥା ମନାଇବା ଓ ଆମ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏହା ନିମ୍ନଲିଖିତ ସଂକେତରୁ ଜାଣିପାରିବା ।

୧. କିଛି ସାଙ୍ଗ କେବଳ ନିଜ ବିଷୟରେ ଗପିବା ପସନ୍ଦ କରିଥାନ୍ତି । ସେମାନେ ଅପଣଙ୍କୁ ଅଣଦେଖା କରନ୍ତି ।

୨. ସାଙ୍ଗ ଅପଣଙ୍କୁ କଂଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥାନ୍ତି । ଆପଣ କାହା ସହ କଥାବାର୍ତ୍ତା କରିବେ, କୁଆଡ଼େ ଯିବେ ନଯିବେ, କେମିତି ପୋଷାକ ପିନ୍ଧିବେ ଇତ୍ୟାଦିକୁ ନେଇ ଆପଣଙ୍କ ବ୍ୟକ୍ତିଗତ ଜୀବନର ନିଷ୍ପତ୍ତି ନେଇଥାନ୍ତି ।

jealous friends

୩. ଏପରି ସାଙ୍ଗ ସବୁବେଳେ ଆପଣଙ୍କ ବିଷୟରେ ନକାରାତ୍ମକ କଥାବାର୍ତ୍ତା କରିଥାନ୍ତି । ସେମାନେ ଆପଣଙ୍କୁ ନିରାଶାଜନକ ଶବ୍ଦ ବ୍ୟବହାର କରିଥାନ୍ତି ଯେପରି ‘ତୁମେ ଏହା କରିପାରିବ ନାହିଁ’, ‘ବଡ଼ ବଡ଼ ସ୍ୱପ୍ନ ଦେଖନି’ ଇତ୍ୟାଦି ।

୪. ଏଭଳି ବ୍ୟକ୍ତି ସବୁବେଳେ ନିଜ ଇଚ୍ଛା ଏବଂ ସୁବିଧା ଅନୁଯାୟୀ ପ୍ଲାନ୍ କରିଥାନ୍ତ । ଆପଣଙ୍କ ସୁବିଧା ଅସୁବିଧାକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ ।

୫. ସେମାନେ ସବୁବେଳେ ଆପଣଙ୍କ ଦ୍ୱାରା ନିଜ ବ୍ୟକ୍ତିଗତ କାମ କରାଇଥାନ୍ତି । ଆପଣଙ୍କ ବିଶ୍ୱାସ ଜିତି, ବନ୍ଧୁତାର ରାଣ ନିୟମ ଦେଇ ମାଇଣ୍ଡଗେମ୍ ଖେଳିଥାନ୍ତି ।

୬. କୌଣସି ସମ୍ପର୍କକୁ ଚଳାଇବା ପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରହିବା ଉଚିତ । ଏକପାଖିଆ ବନ୍ଧୁତା ଦୀର୍ଘସ୍ଥାୟୀ ନୁହେଁ । ଯେପରି ଆପଣ ତାଙ୍କୁ ସମୟ ଦେବା, ତାଙ୍କ ଉପରେ ଟଙ୍କା ଖର୍ଚ୍ଚ କରିବା ଓ ସାହାଯ୍ୟ କରୁଥିବା ବେଳେ ଅପରପକ୍ଷରେ ସାଙ୍ଗ ଜଣଙ୍କ ବନ୍ଧୁତ୍ୱ ଦାୟିତ୍ୱରୁ ଦୂରେଇ ରହିଥାନ୍ତି ।

୭. ବନ୍ଧୁ ସାଙ୍ଗ ରହି ମଧ୍ୟ ଆପଣଙ୍କୁ ଏକାକୀ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.