fbpx

ଆସନ୍ତାକାଲି ଠାରୁ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ: ପୂଜାରେ ବସ୍ ମାଲିକ ସଂଘର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଅହେତୁକ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପୂଜାରେ ବନ୍ଦ ରହିବ ବସ୍ ଚଳାଚଳ । ଲକ୍ଷ୍ମୀ ବସ ସେବାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପରି ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୬ଟାରୁ ଏହି ବସ୍ ଚଳାଚଳ ବନ୍ଦ ରହିବ । ଲକ୍ଷ୍ମୀ ବସ୍ ଟାଇପ-୨ ସେବା ଯୋଗାଇବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଜୋରଦାର ଭାବେ ବିରୋଧ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ସେବା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି ।

ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍ ସେବା ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବା ପରେ ଘରୋଇ ବସ୍ ମାଲିକମାନେ କ୍ଷତି ସହିବାରୁ ସେମାନେ ବିଗତ ଦିନରେ ବି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏନେଇ ପୂର୍ବ ସରକାର ସହ ସଂଘ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଟାଇପ-୨ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଉଛି ।

Get real time updates directly on you device, subscribe now.