fbpx

ସାଧାରଣ ନାରୀଙ୍କଠୁ କିପରି ପବିତ୍ର ହୋଇଥାନ୍ତି ବେଶ୍ୟା, ଜାଣନ୍ତୁ ବେଶ୍ୟାଳୟ ମାଟିରେ ଥାଏ କେତେ ଶକ୍ତି?

ଭୁବନେଶ୍ୱର: ସମାଜରେ ଆଜି ବି ବେଶ୍ୟାକୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟି, ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ଲାଗି କରାଯାଇଥାଏ। ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ ପ୍ରଶ୍ନ ଉଠୁଥିବ କି ମାଙ୍କ ମୂର୍ତ୍ତି ପାଇଁ କାହିଁକି ବେଶ୍ୟାଳୟ ମାଟି ବ୍ୟବହାର କରାଯାଏ। ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ପୌରାଣିକ ମହତ୍ୱ ବିଷୟରେ କହିବାକୁ ଯାଉଛୁ। ପାରମ୍ପରିକ ମାନ୍ୟତା ଅନୁଯାୟୀ, ଗୋମୂତ୍ର, ଗୋବର, କାଠି, ସିନ୍ଦୁର, ପବିତ୍ର ନଦୀର ମାଟି, ବନସ୍ପତି ଏବଂ ଜଳ ସହିତ ନିଷିଧ ପାଲିର ମାଟିରେ ମାତାଙ୍କ ମୂର୍ତ୍ତି ତିଆରି ସର୍ବଶ୍ରେଷ୍ଠ ହୋଇଥାଏ।

ବେଶ୍ୟାଙ୍କ ଆଖ ପାଖ ଅଞ୍ଚଳକୁ ନିଷିଧ ପାଲି ବୋଲି କୁହାଯାଇଥାଏ। ଯେଉଁଠିକୁ ଯିବା ନିଷେଧ। ମୂର୍ତ୍ତି ତିଆରିରେ ବେଶ୍ୟାଳୟ ମାଟି ମିଶିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି। ଲୋକକଥା ଅନୁଯାୟୀ, ପ୍ରାଚୀନ କାଳରେ ମା’ ଦୁର୍ଗାଙ୍କର ଜଣେ ବେଶ୍ୟା ଭକ୍ତ ଥିଲେ । ତାକୁ ତିରସ୍କାରରୁ ରକ୍ଷା କରିବା ପାଇଁ ମା’ ସ୍ୱୟଂ ତାର ଅଗଣା ମାଟିରୁ ନିଜ ମୂର୍ତ୍ତି ସ୍ଥାପିତ କରିବା ପରମ୍ପରା ଆରମ୍ଭ କରିଥିଲେ। ସେହିପରି ଅନ୍ୟ ଏକ ମାନ୍ୟତା ଅନୁଯାୟୀ,ଯେବେ ବି କୌଣସି ବ୍ୟକ୍ତି ବେଶ୍ୟାଳୟକୁ ଯାଇଥାନ୍ତି, ସେଠାରେ ସେ ତାଙ୍କର ସମସ୍ତ ପବିତ୍ରତା, ମାନସମ୍ମାନ, ପୁଣ୍ୟ ଆଦି ସେଠାରେ ପହିଯାଏ।

ଭିତରୁ ପୁରୁଷ ପାପ ନେଇ ସାଙ୍ଗରେ ଫେରେ। ସେଥିପାଇଁ ମାଙ୍କ ମୂର୍ତ୍ତି ତିଆରିରେ ବେଶ୍ୟାଳୟା ମାଟି ଶୁଭ ହୋଇଥାଏ କାରଣ ସେମାନେ ସାରା ଦୁନିଆର ପୁରୁଷଙ୍କ ପବିତ୍ରତାକୁ ନିଜ ଦେହକୁ ନେଇ ଥାନ୍ତି। ଆହୁରି ମଧ୍ୟ କେହି କେହି ମତ ଦିଅନ୍ତି କି ବେଶ୍ୟାବୃତ୍ତି ସବୁଠାରୁ ବଡ ଅପରାଧ। ତେଣୁ ଏମାନଙ୍କୁ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ମୋକ୍ଷ ପ୍ରାପ୍ତି କରିବାକୁ ବେଶ୍ୟାଳୟର ମାଟିକୁ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର କରାଯାଇଥାଏ।

Get real time updates directly on you device, subscribe now.