fbpx

ଓଡ଼ିଶାର ଏକ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ନିୟମ ଅବମାନନା କାରଣରୁ ୫ଟି ବ୍ୟାଙ୍କ ଉପରେ ବଡ଼ ଆକ୍ସନ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୪ଟି ବ୍ୟାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହାରାଷ୍ଟ୍ରର ୪ଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜରିମାନା ଲାଗୁ କରିଛି । ମହାରାଷ୍ଟ୍ରର ମୁସଲିମ ସହକାରୀ ବ୍ୟାଙ୍କ ଉପରେ ସର୍ବାଧିକ ୪ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେହିପରି ସିନ୍ଧୁଦୁର୍ଗ ଜିଲ୍ଲା ମଧ୍ୟବର୍ତ୍ତୀ ସହକାରୀ ବ୍ୟାଙ୍କ ଲିମିଟେଡ, କୋହ୍ଲାପୁର ଅର୍ବାନ ସହକାରୀ ବ୍ୟାଙ୍କ ଲିମିଟେଡ, କୋୟନା ସହକାରୀ ବ୍ୟାଙ୍କ ଲିମିଟେଡ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି । ଏଥିସହିତ ଓଡ଼ିଶାର ନାବାପଲ୍ଲୀ ସହକାରୀ ବ୍ୟାଙ୍କ ଉପରେ ମଧ୍ୟ ଆରବିଆଇ ଜରିମାନା ଲାଗୁ କରିଛି । ଏହିକ୍ରମରେ ଦେଶର ୫ଟି କୋ-ଅପରେଟିଭ୍ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଆକ୍ସନ ନେଇଛି ।

ଡିପୋଜିଟ ଆକାଉଣ୍ଟ ପାଇଁ ଜାରି ନିୟମ ଉଲ୍ଲଂଘନ କାରଣରୁ ମୁସଲିମ ସହକାରୀ ବ୍ୟାଙ୍କ ଉପରେ ଜରିମାନା ଲାଗୁ ହୋଇଛି । ଯେଉଁ ଆକାଉଣ୍ଟରେ ଗତ ଏକ ବର୍ଷ ମଧ୍ୟରେ କୌଣସି ନେଣଦେଣ ହୋଇନଥିଲା ସେହି ସବୁ ଆକାଉଣ୍ଟକୁ ସମୀକ୍ଷା କରିବାରେ ବ୍ୟାଙ୍କ ବିଫଳ ହୋଇଥିଲା । ଏଥିସହିତ ସେଭିଙ୍ଗ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ କରିବା କ୍ଷେତ୍ରରେ ମଧ୍ୟ ବ୍ୟାଙ୍କର ତ୍ରୁଟି ଯାଞ୍ଚରୁ ଜଣାପଡ଼ିଥିଲା । ସିନ୍ଧଦୁର୍ଗ ବ୍ୟାଙ୍କ ଉପରେ ୨ ଲକ୍ଷର ଜରିମାନା, କୋହ୍ଲାପୁର ବ୍ୟାଙ୍କ ଉପରେ ୨ ଲକ୍ଷ ଜରିମାନା, କୋୟନା ସହକାରୀ ବ୍ୟାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା । ସେହିପରି ଆରବିଆଇର ନିୟମ ଉଲ୍ଲଂଘନ କାରଣରୁ ଓଡ଼ିଶାର ନାବାପାପଲୀ କୋଅପରେଟିଭ ବ୍ୟାଙ୍କ ଉପରେ ୧.୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ, ବ୍ୟାଙ୍କିଂ ନିୟମ ଅବମାନନା କାରଣରୁ ଅନେକ ସମୟରେ ଆରବିଆଇ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିବା ସହ କିଛି ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରିଦେଇଥାଏ ।

Get real time updates directly on you device, subscribe now.