fbpx

ବାରିପଦାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ କଳାବାଘ ସଫାରୀ; ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାରିପଦାରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ । ଏନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । କଳା ବାଘ ସଫାରୀ ପାଇଁ CZA ଠାରୁ ଅନୁମତି ମିଳିସାରିଛିଛି, କେବଳ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା ଥିବା କିଛନ୍ତି ପିସିସିଏଫ୍‌ ।

ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ରଖାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏହା ଦ୍ବାରା କଳା ବାଘ ବଂଶ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି । ଆଗକୁ କଳାବାଘଙ୍କ ବଂଶ ବୃଦ୍ଧି ହେଲେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । କଳାବାଘ ସଫାରୀ ଏକ ନିଆରା ପ୍ରୟାସ ।

ଯାହା ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ । ଆମ ରାଜ୍ୟ ଓଡ଼ିଶା ସମେତ ବାହାର ରାଜ୍ୟ ବା ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନେଇ ବି ଆଶା ରଖାଯାଇଛି ।

Get real time updates directly on you device, subscribe now.