fbpx

ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀଙ୍କୁ ଘର ଖାଲି କରିବାକୁ ଇଡି ନୋଟିସ, ବମ୍ବେ ହାଇକୋର୍ଟରେ ମାମଲା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ, ବ୍ୟବସାୟୀ ରାଜ କୁନ୍ଦ୍ରା ଇଡି ନୋଟିସକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ଶିଳ୍ପା ତଥା ତାଙ୍କ ସ୍ୱାମୀଙ୍କ ଜୁହୁସ୍ଥିତ ଘର ଓ ପୁନେରେ ଥିବା ଫାର୍ମ ହାଉସ ଖାଲି କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ସେଲିବ୍ରିଟି ଦମ୍ପତି କୋର୍ଟକୁ ମୁଭ କରିଛନ୍ତି ।

ବୁଧବାର ଦିନ ଉଭୟଙ୍କ ମାମଲାର ଶୁଣାଣି ଜଷ୍ଟିସ ରେବତୀ ମୋହିତ ଧୀର ଓ ପ୍ୃଥିରାଜ ଚଭନଙ୍କ ଖଣ୍ଡପୀଠରେ ହୋଇଥିଲା । ମାମଲାରେ କୋର୍ଟ ଇଡିକୁ ନୋଟିସ କରିବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର କରିବାକୁ ସ୍ଥିର କରିଛନ୍ତି । ସେପ୍ଟେମ୍ବର ୨୭ ତାରିଖରେ ସେଟ୍ଟୀ ଦମ୍ପତିଙ୍କୁ ସେମାନଙ୍କ ଜୁହୁ ଘର ଓ ପୁନେ ଫାର୍ମ ହାଉସ ୧୦ ଦିନ ଭିତରେ ଖାଲି କରିବାକୁ କହିଥିଲେ ।

ମାମଲାରେ ଏହି ଦମ୍ପତିଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି କି, ଏହି ଦମ୍ପତି ଅକ୍ଟୋବର ୩ରେ ଘର ଖାଲି କରିବା ନୋଟିସ ପାଇଛନ୍ତି । ଏହି ନିର୍ଦ୍ଦେଶକୁ ଅନୈତିକ ବୋଲି ସେଟ୍ଟୀ ଦମ୍ପତି ଅଭିଯୋଗ କରିଛି । ଯାଚିକା କର୍ତ୍ତାଙ୍କୁ ଘର ଖାଲି କରିବାର କୌଣସି ତତ୍ପରତା ନାହିଁ ଓ ସେମାନଙ୍କୁ ଏନେଇ କୌଣସି ନୋଟିସ ମିଳିନି । ଏହି ଘରେ ସେମାନେ ବିଗତ ୨୦ ବର୍ଷ ଧରି ସେମାନଙ୍କ ପରିବାରର ୬ ଜଣଙ୍କୁ ନେଇ ରହି ଆସୁଛନ୍ତି । ତେଣୁ ମାନବୀୟ ଦୃଷ୍ଟିକୋଣରୁ ସେମାନଙ୍କୁ ଏହି ଘଟଣାରେ ରିହାତି ଦେବାକୁ କୋର୍ଟଙ୍କ ନିକଟରେ ସେଟ୍ଟୀ ଦମ୍ପତି ଅପିଲ କରିଛନ୍ତି ।

ଏଠାରେ କହି ରଖୁ କି, ୨୦୧୮ରେ ଅମିତ ଭରଦ୍ୱାଜ ଓ ଅନ୍ୟ କେତେଜଣଙ୍କ ବିରୋଧରେ ବିଟ କଏନ ଆର୍ଥିକ ଅନିୟମିତତାରେ ମାମଲା ହୋଇଥିଲା । ସେଥିରେ କୁନ୍ଦ୍ରା ଓ ସେଟ୍ଟୀଙ୍କର ନାଁ ନ ଥିଲା । ପରେ ଇଡି ମାମଲାରେ ପଚରା ଉଚରା ପାଇଁ କୁନ୍ଦ୍ରାଙ୍କୁ ବିଭିନ୍ନ ସମୟରେ ଡକାଇଥିଲା । କୁନ୍ଦ୍ରା ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିଥିଲେ । ପରେ ୨୦୨୪ ଏପ୍ରିଲରେ ସେଟ୍ଟୀ ଦମ୍ପତି ଏକ ନୋଟିସ ଇଡିଠାରୁ ପାଇଥିଲେ ସେମାନଙ୍କ ଘର ଓ ଆସବପତ୍ରକୁ ଏଥିରେ ସଂଶ୍ଲିଷ୍ଟ କରିଥିଲା । କିନ୍ତୁ ଏହି ଘର କୁନ୍ଦ୍ରାଙ୍କ ବାପାଙ୍କ ଦ୍ୱାର ୨୦୦୯ରେ କିଣା ଯାଇଥିଲା ।

Get real time updates directly on you device, subscribe now.