fbpx

ହରିୟାଣା ନିର୍ବାଚନରେ କଂଗ୍ରେସର ପରାଜୟ ମେଣ୍ଟରେ ଆଣୁଛି ଫାଟ!

ଚଣ୍ଡିଗଡ: ହରିୟାଣା ନିର୍ବାଚନ ଫଳାଫଳ ଉତ୍ତରପ୍ରଦେଶ ରାଜନୈତିକ ସମିକରଣକୁ ବଦଳାଇ ଦେଇଛି । ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ଉପନିର୍ବାଚନରେ ବିନା କଂଗ୍ରେସ ସହ ବିଚାର ବିମର୍ଷରେ ସମାଜବାଦୀ ପାର୍ଟି ତାର ୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସପା କରହଲ ବିଧାନସଭା ସିଟ ସହ ସିସିମଉ, ଫୁଲପୁର, ମିଲ୍କିପୁର, କଟେହରି ଓ ମଝାଁବା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାହା କଂଗ୍ରେସକୁ ଏକ ଶକ୍ତ ଝଟକା ଦେଇଛି ।

ୟୁପିରେ କଂଗ୍ରେସ ସପା ସହ ହାତ ମିଶାଇଥିଲା । ଉଭୟ ନିର୍ବାଚନରେ ଏକାଠି ବିଜେପିକୁ ହରାଇବାକୁ ରଣନୀତି ପ୍ରସ୍ତୁତ କରୁଥିଲେ । ଇଣ୍ଡି ମେଣ୍ଟରେ ସପା ମଧ୍ୟ ପ୍ରମୁଖ ଭୂମିକା ତୁଲାଉଛି । ଏମିତି ସମୟରେ କିନ୍ତୁ, ହରିଆଣା ଫଳ ପ୍ରକାଶ ପାଇବା ପରେ, ସପା ପ୍ରମୁଖ ଅଖିଳେଶ ଯାଦବ, କଂଗ୍ରେସ ସହ କୌଣସି ଆଲୋଚନା ନ କରି ରାଜ୍ୟରେ ହେଉଥିବା ୬ଟି ଆସନର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ତେଜପ୍ରତାପ ଯାଦବଙ୍କୁ କନୌଜରୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ସପା କର୍ମକର୍ତ୍ତାଙ୍କ ବିରୋଧ ପରେ ଅକିଳେଶ ନିଜେ ଏହି ଆସନରୁ ଠିଆହୋଇଥିଲେ । ସେଥିପାଇଁ କରହଲ ସିଟ ଖାଲି ହୋଇଛି । ଏହା ବ୍ୟତୀତ, ସିସିମଉରୁ ନସିମ ସୌଲଙ୍କି, ଫୁରପୁରରୁ ମୁସ୍ତଫା ସିଦ୍ଦିକୀ, ମିଲ୍କିପୁରରୁ ଅଜିତ ପ୍ରସାଦ, କଟେହରିରୁ ଶୋଭାବି ବର୍ମା ଓ ମଝାଁବାରୁ ଜ୍ୟୋତି ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି ।

ସପାର ଏହି ପଦକ୍ଷେପ ପରେ ସପା ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣାରେ ପଡିଛି ଫାଟ । କୁହାଯାଉଛି, କଂଗ୍ରେସ ସହ ଆଉ ହାତ ମିଳାଇବନାହିଁ ସପା । ହୁଏତ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ସପା କଂଗ୍ରେସଠାରୁ ଅଲଗା ହୋଇ ଲଢିବ ।

Get real time updates directly on you device, subscribe now.