fbpx

‘ଶିଳ୍ପ କିମ୍ବଦନ୍ତୀଙ୍କ ବିୟୋଗରେ ଦୁଃଖିତ’: ରତନ ଟାଟାଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଦୁନିଆର ବିଶିଷ୍ଟ ଶିଳ୍ପପତି ଏବଂ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କର ବୁଧବାର ୯ ଅକ୍ଟୋବରରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ରତନ ଟାଟାଙ୍କୁ ଗତକାଲି ରାତିରେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା କାରଣରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମ୍ମାନିତ ଏବଂ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଭାରତ ସମେତ ସାରା ଦୁନିଆରେ ନିଜର ପରୋପକାରୀ କାର୍ଯ୍ୟ ପାଇଁ ଜଣାଶୁଣା। ତେବେ ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, ‘ଶିଳ୍ପ କିମ୍ବଦନ୍ତୀ ତଥା ପ୍ରକୃତ ଜାତୀୟ ଆଇକନ୍ ରତନ ଟାଟା ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ନୈତିକତା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ଏବଂ ଭାରତର ଅଭିବୃଦ୍ଧିରେ ଅତୁଳନୀୟ ଅବଦାନ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମୋର ହୃଦୟରୁ ସମବେଦନା।’

Get real time updates directly on you device, subscribe now.