fbpx

ହନୁମାନ ଓ ଶ୍ରୀରାମଙ୍କୁ ନେଇ ଶିକ୍ଷକଙ୍କ ଭ୍ରମ ସୃଷ୍ଟିକାରୀ ପାଠ, ଘଟଣାକୁ ନେଇ ରାଜନୀତି ଜୋର

ପାଟନା: ଶିକ୍ଷା ମାଧ୍ୟମରେ ଘୃଣାର ପ୍ରଚାର । ଧର୍ମକୁ ନେଇ ପିଲାଙ୍କ ଭିତରେ ଭ୍ରମ ସୃଷ୍ଟି କରିବାର ପ୍ରୟାସ ହେଉଛି । ପିଲାଙ୍କୁ ବିଭିନ୍ନ ସମୟରେ ଭୁଲ ତଥ୍ୟ ଦିଆଯାଉଛି ପୁରୁଣା ଶାସ୍ତ୍ରକୁ ନେଇ । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି । ବିହାରର ବେଗୁସରାୟରେ ଜଣେ ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ହୋଇଛି । ଜଣେ ମୁସଲମାନ ଶିକ୍ଷକ ହିନ୍ଦୁଙ୍କ ପରମ ଆରାଧ୍ୟ ମହାବଳୀ ହନୁମାନଙ୍କୁ ନେଇ ଭୁଲ ତଥ୍ୟ ପିଲାଙ୍କୁ ଦେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।

ବେଗୁସରାୟର ଏକ ସ୍କୁଲ ଶିକ୍ଷକ ମହମ୍ମଦ ଗୟାସୁଦ୍ଦିନ ପିଲାଙ୍କୁ ବଜରଙ୍ଗବାଲୀ ମୁସଲମାନ ବୋଲି କହିଥିବା ଅଭିଯୋଗ ହେଉଛି । ପ୍ରତି ହିନ୍ଦୁ ପରିବାରରେ ହନୁମାନଙ୍କୁ ପୂଜାର୍ଚ୍ଚନା ହୋଇଥାଏ । କିନ୍ତୁ ଶିକ୍ଷକ ଜଣକ ଶ୍ରେଣୀରେ ପିଲାଙ୍କୁ କହିଲେ କି, ହନୁମାନ ମୁସଲମାନ । ଖାଲି ସେତିକି ନୁହେଁ ଶ୍ରୀରାମଙ୍କ ନାଁ ନମାଜରେ ମଧ୍ୟ ରହିଛି । ପିଲାମାନେ ଯେତେବେଳେ ଘରକୁ ଯାଇ ଅଭିଭାବକଙ୍କୁ ଏ କଥା କହିଲେ, ହିନ୍ଦୁଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଲା ।

ଅଭିଭାବକ ସ୍କୁଲ ପ୍ରଶାସନ ନିକଟରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କଲେ । ତା ପରେ ଏହି ଘଟଣା ରାଜନୈତିକ ରୂପ ନେଇଛି । ଘଟଣାରେ ବେଗୁସରାୟ ସାଂସଦଙ୍କଠାରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଯୋଡି ହୋଇଗଲେଣି । ମନ୍ତ୍ରୀ ମାମଲାରେ ସେହି ମୁସଲମାନ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି । ଘଟଣାଚକ୍ରକୁ ଦେଖି ଶିକ୍ଷକ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ବାରମ୍ବାର ଏମିତି ଘଟଣା ସାମ୍ନାକୁ ଆସୁଥିବାରୁ ଏହା ସମାଜରେ ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରୁଛି । କିଛି ଲୋକ କହୁଛନ୍ତି, ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଦ୍ୱାରା ଏପରି କାମ କରାଯାଇଛି ଲୋକଙ୍କ ଭିତରେ ଥିବା ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାକୁ ।

Get real time updates directly on you device, subscribe now.