fbpx

ସାଲିଆସାହିରେ ଦେଶୀ ମଦ କାରଖାନାରେ ଅବକାରୀ ଟିମର ଚଢ଼ାଉ, ୬ ଗିରଫ

ଭୁବନେଶ୍ୱର: ସାଲିଆସାହିରେ ଅବକାରୀ ଟିମ୍‌ର ଚଢ଼ାଉ । ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି । ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାରୁପ୍ରକାଶ ଗୁରୁବାର ଭୋର ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ୨ଟି ବଡ଼ ଦେଶୀ ମଦ ଭାଟିର ମଦକୁ ଅବକାରୀ ବିଭାଗ ନଷ୍ଟ କରିଛି । ଏହା ସହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି । ଚଢ଼ାଉ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ତେବେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.