fbpx

ଜୁଆ ଖେଳ ପାଇଁ ୧୧ ମାସର ପିଲାକୁ ଅନଲାଇନରେ ବିକିଦେଲା ବାପା; ୮୦ ହଜାରରେ କାରବାର

ନୂଆଦିଲ୍ଲୀ: କଥାରେ ଅଛି, ‘ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପନ୍ତେ ପ୍ରିୟନ୍ତେ ସର୍ବଦେବତା’। ପିତାଙ୍କ ସ୍ଥାନ ଆଉ କେହି ନେଇପାରିବେନି । ପିତାଙ୍କ ଆଙ୍ଗୁଠି ଧରି ପିଲା ଚାଲିବା ଶିଖିଥାନ୍ତି। ଦୁନିଆ ବଦଳିଗଲେ ମଧ୍ୟ ତାଙ୍କ ପିତା କିଛି ହେବାକୁ ଦେବେ ନାହିଁ। କିନ୍ତୁ ଏହି ବିଶ୍ୱାସ ଏବଂ ପିତାଙ୍କ ମହାନ ସମ୍ପର୍କକୁ ଜଣେ ବ୍ୟକ୍ତି ଲଜ୍ଜିତ କରିଛି। ତାଙ୍କର କାମ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ।

ଏହି ବ୍ୟକ୍ତି ଜଣକ ନିଜର ଜୁଆ ପାଇଁ ନିଜର ୧୧ ମାସର ଶିଶୁକୁ ଅନଲାଇନରେ ବିକ୍ରି କରିଦେଇଛି। ଏହି ବ୍ୟକ୍ତିଙ୍କ ନାମ ଆରଏ। କିଛି ଦିନ ତଳେ ତାଙ୍କ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଯେତେବେଳେ ସେ ଫେରିଲେ, ସେ ଦେଖିଲେ ଯେ ତାଙ୍କ ୧୧ ମାସର ଶିଶୁ କୋଠରୀରେ ନାହିଁ। ଚାରିଆଡ଼େ ଖୋଜାଖୋଜି କରିବା ପରେ ଶିଶୁର ନ ମିଳିବାରୁ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଥିଲେ।

ପ୍ରଥମେ ସ୍ୱାମୀ ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସମୟ ପରେ ସତ ପଦାକୁ ଆସିଥିଲା। ଥାନାକୁ ଯାଇ ପୋଲିସ କର୍ମଚାରୀଙ୍କୁ ପୂରା କଥା କହିଥିଲେ। ଅନଲାଇନରେ ୧୧ ମାସର ଶିଶୁ ବିକ୍ରି ହେବା ଖବର ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପରେ ପଚରାଉଚରା କରିରାରୁ ସତ ସାମ୍ନାକୁ ଆସିଛି।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ପଶ୍ଚିମ ଜାକର୍ତାର ତେଙ୍ଗରାଙ୍ଗ ଅଞ୍ଚଳରେ ରହୁଥିବା ଆରଏ ଅନଲାଇନ୍ ଜୁଆ ଖେଳରେ ନିଶାଗ୍ରସ୍ତ ଥିଲା। ସେଥିରେ ହାରିବା ଯୋଗୁଁ ତା ଉପରେ ପ୍ରବଳ ଋଣ ଭାର ପଡ଼ିଥିଲା। ଏଥିରୁ ବଞ୍ଚିବା ପାଇଁ ଆରଏ ଦିନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଦେଖିଥିଲା, ଯେଉଁଥିରେ ଏକ ପିଲା କିଣିବା ବିଷୟରେ ଲେଖାଯାଇଥିଲା। ସେଥିରେ ସେ ନିଜର ପିଲାକୁ ୮୦ ହଜାର ଟଙ୍କାରେ ବିକ୍ରି କରିଥିଲା।

Get real time updates directly on you device, subscribe now.