fbpx

ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍: କାଂସ୍ୟ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ୍ ଟେନିସ୍ ଚାମ୍ପିୟନଶିପ୍ ସେମିଫାଇନାଲ୍ ରେ ଭାରତ ଚାଇନିଜ୍ ତାଇପେଠାରୁ ୦-୩ ଗୋଲ୍ ରେ ପରାସ୍ତ ହୋଇଛି । କାଜାଖସ୍ତାନର ଆସ୍ତାନାଠାରେ ଚାଲିଥିବା ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପରେ ଭାରତକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଭାରତର ଅଚନ୍ତ ଶରତ କମଲ ଲିନ୍ ୟୁନ୍ ଜୁଙ୍କ ଠାରୁ ୧୧-୭, ୧୨-୧୦, ୧୧-୯ରେ ପରାସ୍ତ ହୋଇଥିଲେ ।

ଏହାପରେ ମାନବ ଠାକୁରଙ୍କୁ କାଓ ଚେଙ୍ଗ ଜୁଇଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତୃତୀୟ ମ୍ୟାଚ୍ ରେ ହରମିତ୍ ଦେଶାଇ ହୁଆଙ୍ଗ ୟାନ୍ ଚେଙ୍ଗ୍ ଙ୍କ ଠାରୁ ପରାସ୍ତ ହୋଇଥିଲେ । ଭାରତୀୟ ମହିଳା ଦଳ ମଧ୍ୟ ବୁଧବାର ଏସୀୟ ଟେବୁଲ ଟେନିସ ଚାମ୍ପିୟନଶିପରେ କାଂସ୍ୟ ପଦକ ଜିତିଛି ।

Get real time updates directly on you device, subscribe now.