fbpx

ଦୀପାବଳି ପୂର୍ବରୁ ହାଇରେଟରେ ପହଞ୍ଚିଲା ସୁନା, ବୃଦ୍ଧି ଘଟିଲା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଡିମାଣ୍ଡ ବଢିବାର ପ୍ରଭାବ ସୁନା-ରୂପାର ମୂଲ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିଛି। ସୁନା-ରୂପା ଦରରେ ବ-ଦ୍ଧି ଶୁକ୍ରବାର ଦିନ ଦେଖିବାକୁ ମିଳିଛି। ଘରୋଇ ଫ୍ୟୁଚର ବଜାରରେ ମଧ୍ୟ ଆଜି ସୁନା-ରୂପା ଦର ବୃଦ୍ଧି ପାଇଛି। ଏମସିଏକ୍ସ ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ସକାଳ ୫ ଡିସେମ୍ବର ୨୦୨୪ର ଡେଲିଭରୀ ସୁନା ୦.୭୧ ପ୍ରତିଶତ ଅର୍ଥାତ ୫୩୧ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମ ପିଛା ୭୫୮୨୮ ଟଙ୍କାରେ ଟେଣ୍ଡ କରିବା ଦେଖିବାକୁ ମିଳିଛି। ବିଶ୍ୱ ସ୍ତରରେ ମଧ୍ୟ ସୁନା-ରୂପାର ମୂଲ୍ୟରେ ଆଜି ବୃଦ୍ଧି ଘଟିବା ଦେଖିବାକୁ ମିଳିଛି।

ସୁନା ସହ ରୂପାର ଘରୋଇ ଫ୍ୟୁଚର ମୂଲ୍ୟରେ ମଧ୍ୟ ଶୁକ୍ରବାର ଦିନ ବୃଦ୍ଧି ଘଟିବା ଦେଖିବାକୁ ମିଳିଛି। ଏମସିଏସକ୍ସ ଏକ୍ସଚେଞ୍ଜରେ ୫ ଡିସେମ୍ବର ୨୦୨୪ର ଡେଲିଭରୀ ରୂପା କାରବାରରେ ୦.୮୭ ପ୍ରତିଶତ ଅର୍ଥାତ ୭୮୬ ଟଙ୍କାର ବୃଦ୍ଧି ସହ କିଲୋଗ୍ରାମ ପିଛା ୯୧୦୯୦ ଟଙ୍କା ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି। ସୁନା ସହ ରୂପାର ବିଶ୍ୱ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।

ବିଶ୍ୱ ବଜାରରେ ସୁନା ମୂଲ୍ୟ ବୃଦ୍ଧି ଘଟିଛି। ଏହା ୦.୮୭ ପ୍ରତିଶତ ବା ୨୨.୯୦ ଡଲାରର ବୃଦ୍ଧି ସହ ପ୍ରତି ଓନ୍ସ ପିଛା ୨୬୬୨.୨୦ ଡଲାର ଟ୍ରେଣ୍ଡ କରୁଛି। ସେହିପରି ସୁନାର ବିଶ୍ୱ ମୂଲ୍ୟ ଏହି ସମୟରେ ୦.୬୧ ପ୍ରତିଶତ ବା ୧୫.୯୬ ଡଲାରର ବୃଦ୍ଧି ସହ ୨୬୪୫.୭୦ ଡଲାର ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.