fbpx

IND vs BAN; ତୃତୀୟ T20 ମ୍ୟାଚରୁ ବାଦ୍ ପଡ଼ିବେ ସଞ୍ଜୁ ସାମସନ୍! ‘ଗମ୍ଭୀର’ ନିଷ୍ପତ୍ତି ନେବେ ସୂର୍ଯ୍ୟକୁମାର? ବଦଳିବ କି Playing-11

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ବିଜୟ ସହ ଭାରତ ଏହି ସିରିଜ ନିଜ ନାମରେ କରିଛି । ତେବେ ଆସନ୍ତାକାଲି ସିରିଜର ତୃତୀୟ ତଥା ଶେଷ ଟି-ମୟ୧୦ ମ୍ୟାଚ୍ ଖେଳାଯିବ । ତେବେ ଭାରତ ଏହି ମ୍ୟାଚକୁ ଜିତି ବାଂଲାଦେଶକୁ କ୍ଲିନ ସ୍ୱୀପ୍ କରିବା ଲକ୍ଷ୍ୟରେ ରହିଥିବା ବେଳେ ବାଂଲାଦେଶ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ । ତେବେ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆରେ କିଛି ପରିବର୍ତ୍ତନ ଦେଖାଯାଇପାରେ । ବିଶେଷ କରି ମ୍ୟାଚରେ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍ ଦେଇପାରନ୍ତି ଅଧିନାୟକ ସୂର୍ଯ୍ୟକୁମାର ।

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଓପନର ଭାବରେ ଦାୟିତ୍ୱ ତୁଲାଇଛନ୍ତି । କିନ୍ତୁ ଉଭୟ ସିରିଜରେ ଭାରତକୁ ଭଲ ଆରମ୍ଭ କରାଇବାରେ ଉଭୟ ଖେଳାଳି ଫେଲ ମାରିଛନ୍ତି । ତେଣୁ ଶେଷ ମ୍ୟାଚରେ ଦଳ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରେ । ଏହି ମ୍ୟାଚରେ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ସହ ଅନ୍ୟ ଖେଳାଳିଙ୍କୁ ପ୍ଲେଇଙ୍ଗ-୧୧ରେ ସାମିଲ କରାଯାଇପାରେ । ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚରେ ସଞ୍ଜୁ ସାମସନଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଛି । ପ୍ରଥମ ମ୍ୟାଚରେ ୨୯ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ ସଞ୍ଜୁ । ତେଣୁ ତାଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ସୂର୍ଯ୍ୟକୁମାର । ସେହିପରି ଅନ୍ୟତମ ଓପନର ଅଭିଷେକ ଶର୍ମାଙ୍କ ବ୍ୟାଟରୁ ଏହି ମ୍ୟାଚରେ ବଡ଼ ଇନିଂସ ଆଶା ରଖିଛି ଟିମ ଇଣ୍ଡିଆ ।

ଏହି ସିରିଜରେ କମବ୍ୟାକ କରୁଥିବା ବରୁଣ ଚକ୍ରବର୍ତ୍ତୀ ଦମଦାର ପ୍ରଦର୍ଶନ କରିଥିବା ବେଳେ ଡେବ୍ୟୁ କରିଥିବା ମୟଙ୍କ ଯାଦବ ଏବଂ ନୀତିଶ ରେଡ୍ଡୀ ମଧ୍ୟ କମାଲ କରିଛନ୍ତି । ଏହାବ୍ୟତୀତ ରିଙ୍କୁ ସିଂହ ଏବଂ ରିୟାନ ପରାଗ ମଧ୍ୟ ସଠିକ ଲୟରେ ଥିବା ମନେ ହେଉଛି । କିନ୍ତୁ ସଞ୍ଜୁ ସାମସନଙ୍କ ଫର୍ମ ବର୍ତ୍ତମାନ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଶେଷ ମ୍ୟାଚରେ ବୋଲିଂ ୟୁନିଟରେ ମଧ୍ୟ ପରିବର୍ତ୍ତନ ପାଇଁ ଆଶା କରାଯାଇପାରେ । ରବି ବିଷ୍ଣୋଇ ଏବଂ ଅଲରାଉଣ୍ଡର ହର୍ଷିତ ରାଣାଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ଚିନ୍ତା କରିପାରନ୍ତି ସୂର୍ଯ୍ୟକୁମାର । ତେବେ ଏ ନେଇ କୋଚ୍ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.