fbpx

କାର୍ତ୍ତିକ ମାସ ପୂର୍ବରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ! ଏଣିକି ମାଗଣାରେ ମିଳିବ ଅବଢା…

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ । ଏନେଇ ଆସି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖବଶୀଘ୍ର ଏହି ଯୋଜନା ଆରମ୍ଭ ହେବାକୁ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା କଥା ସେ କହିଛନ୍ତି ।

ଅନ୍ୟପଟେ କାର୍ତ୍ତିକ ମାସରେ ହବିଷ୍ୟାଳି ଯେଉଁଭଳି ଭାବେ କୌଣସି ଅସୁବିଧା ଭୋଗିବେ ନାହିଁ ସେନେଇ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାସ ପରେ ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ହବିଷ୍ୟାଳିମାନେ କିଭଳି ଭଲଭାବେ ଦର୍ଶନ କରି ଘରକୁ ଫେରିବେ ସେନେଇ ରାଜ୍ୟସରକାର ଦାୟିତ୍ବ ନେବେ ବୋଲି ସେ କହିଛନ୍ତି । ମାର୍ଗଶୀର ମାସଠାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ସାତ ପାହାଚରୁ ସିଧା ଯାଇ ଘଣ୍ଟି ଦ୍ବାର ପଟେ ଯେଉଁଭଳି ବାହାରିପାରିବେ ସେଭଳି ବ୍ୟବସ୍ଥା କରାଯାଇଥିବା କଥା କହିଛନ୍ତି ଆଇନ ମନ୍ତ୍ରୀ ।

ଅନ୍ୟପଟେ ମନ୍ଦିରକୁ ଭକ୍ତମାନେ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ 14ରୁ 15 କୋଟି ଖର୍ଚ୍ଚ ହେବ । ଭକ୍ତ ସମାଜକୁ ସହଯୋଗର ହାତ ବଢେଇବା ପାଇଁ ଆମେ ନିବେଦନ କରୁଛି ବୋଲି ସେ କହିଛନ୍ତି । ସରକାରଙ୍କ ଉପରେ ବର୍ଡ଼ନ ନ କରି ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗର ହାତ ବଢାନ୍ତୁ । ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.