fbpx

ଦଶହରାରେ କରନ୍ତୁ ଏହିସବୁ କାମ: ଉଭେଇଯିବ ନକରାତ୍ମକ ଶକ୍ତି, ଏହି ଜିନିଷ ଦେଖିଲେ ହୋଇଥାଏ ଶୁଭ

ଓଡ଼ିଶା ଭାସ୍କର: ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପର୍ବ ପାଳନ କରାଯାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ, ଏହି ଦିନ ମା’ ଦୁର୍ଗା ମହିଷାସୁରର ମଧ୍ୟ ବଦ୍ଧ କରିଥିଲେ । ଏହି ଦିନକୁ ପାପ ଉପରେ ପୁଣ୍ୟର ବିଜୟ ତିଥି ବୋଲି କୁହାଯାଏ, ତେଣୁ ଏହାକୁ ବିଜୟାଦଶମୀ ବୋଲି ମଧ୍ୟ କୁହାଯାଇଛି । ତେବେ ବାସ୍ତୁ ଅନୁସାରେ ଦଶହରାରେ କିଛି ଉପାୟ କରି ଜୀବନରେ ସୁଖ ଏବଂ ସମୃଦ୍ଧି ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

  • ମାନ୍ୟତା ରହିଛି ଦଶହରାରେ ଅସ୍ତ୍ରଶସ୍ତ୍ର ପୂଜା କରିବା ଦ୍ୱାରା ଶତ୍ରୁ ଠାରୁ ମୁକ୍ତି ମିଳିଥାଏ । ଜୀବନରେ ଉନ୍ନତିର ରାସ୍ତା ଖୋଲିଥାଏ । ଦଶହରାରେ ସୁନ୍ଦରାକାଣ୍ଡ ପଢ଼ିବା ଦ୍ୱାରା ମାନସିକ ଏବଂ ଶାରୀରିକ ଅସୁସ୍ଥତା ଦୂର ହୋଇଥାଏ ।
  • ଏହି ଦିନରେ ଘରେ ଇଷ୍ଟ ଦେବତାଙ୍କ ସହ କାଳୀପୂଜା ଉପାସନା କରନ୍ତୁ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ । ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ଧ୍ୟାନ କରିବା ସହ ମନ୍ଦିରରେ ଝାଡ଼ୁ ଦାନ କରନ୍ତୁ । ଏହି ଦିନରେ ପୁସ୍ତକ, ଯାନ ଇତ୍ୟାଦି ପୂଜା କରାଯାଏ ।
  • ଦଶହରା ଦିନ ଘରର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ କୁଙ୍କୁମ କିମ୍ବା ନାଲି ଫୁଲରେ ଝୋଟି କିମ୍ବା ଅଷ୍ଟକମଳ ଆକୃତି କରନ୍ତୁ । ଏହା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରେ ।
  • ଏହି ଦିନ ନିଜର ସାମର୍ଥ୍ୟ ଅନୁଯାୟୀ ଦାନ କରନ୍ତୁ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଗୁରୁଜନଙ୍କଠାରୁ ଆଶୀର୍ବାଦ ନିଅନ୍ତୁ । ସମୀ ବୃକ୍ଷ ତଳେ ଦୀପ ଜଳାନ୍ତୁ । ବିଶ୍ୱାସ କରାଯାଏ ଯେ ଏପରି କରିବା ସଫଳତାର ବାଟ ଫିଟିଥାଏ ।

ଜ୍ୟୋତିଷବିଦ୍ୟା ଅନୁସାରେ ଏହି ଦିନ କିଛି ଖାସ୍ ଜିନିଷର ଦର୍ଶନ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ ।

  • ଭାସମାନ ମାଛ: ଦଶହରାରେ ପାଣିରେ ଭାସୁଥିବା ମାଛକୁ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯଦି ଆପଣ ନଦୀ ବା ପୋଖରୀରେ ମାଛ ପହଁରୁଥିବାର ଦେଖିବେ, ତେବେ ଅତ୍ୟନ୍ତ ଶୁଭ ହେବ । ଏହା ଆପଣଙ୍କ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏକ ସଙ୍କେତ ।
  • ମନ୍ଦିରରେ ଦେବ ଦର୍ଶନ: ବିଜୟ ଦଶମୀ ଦିନ ଆପଣ ଗାଁ କିମ୍ବା ସହରଠାରୁ ବହୂ ଦୂର ଯାତ୍ରା କରି ଦେବ ଦର୍ଶନ କରନ୍ତୁ । ଏହି ଦିନ ଭଗବାନଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଯେକୌଣସି ମନ୍ଦିରରେ ଭଗବାନ ରାମ ଓ ଶିବଙ୍କୁ ଦର୍ଶନ କରିପାରିବେ ।
  • ନୀଳକଣ୍ଠ ପକ୍ଷୀର ଦର୍ଶନ: ଜ୍ୟୋତିଷଶାସ୍ତ୍ର ଅନୁସାରେ, ଦଶହରାରେ ନୀଳକଣ୍ଠ ପକ୍ଷୀକୁ ଦେଖିବା ଶୁଭ ହୋଇଥାଏ । ଏହା ଆପଣଙ୍କର ଭଲ ସମୟର ଆରମ୍ଭ ବୋଲି ସଙ୍କେତ ଦେଇଥାଏ । ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି କୁହାଯାଏ ।
  • ପାନ ଖାଇବାର ପ୍ରଥା: ଦଶହରାରେ ପାନ ଖାଇବାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଶ୍ରୀ ରାମ ଭକ୍ତ ହନୁମାନଙ୍କୁ ପାନ ଚଢାଇବା ଦ୍ୱାରା ମନର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ବାସ୍ତବରେ ପାନ ବିଜୟର ସଙ୍କେତ ଭାବରେ ବିବେଚନା କରାଯାଏ ।

Get real time updates directly on you device, subscribe now.