ନଖରେ ଲୁଚି ରହିଛି ବ୍ୟକ୍ତିତ୍ୱର ରାଜ, ଆକାରରୁ ଜାଣନ୍ତୁ ସ୍ୱଭାବ

ଓଡ଼ିଶା ଭାସ୍କର: ପ୍ରତିଦିନ ଆମେ ଅନେକ ଲୋକଙ୍କୁ ଭେଟୁଛୁ। ଏହି ଲୋକଙ୍କ ସ୍ୱାଭବ, କଥା କହିବା ଶୈଳୀ ଏବଂ ଅନେକ କାମ କରିବାର ଶୈଳୀ ଭିନ୍ନ ହୋଇଥାଏ। ବ୍ୟକ୍ତିର ଏହି ଅଭ୍ୟାସ ଏବଂ ସ୍ୱଭାବର କାରଣରୁ ଆମେ ତାଙ୍କୁ ଚିହ୍ନିଥାଉ। କାହାର କଥା କୁହା ଷ୍ଟାଇଲ ଆମକୁ ଭଲ ଲାଗିଥାଏ ହେଲେ ତାଙ୍କ କାମ କରିବାର ଶୈଳୀ ଆମକୁ ପସନ୍ଦ ଆସିନଥାଏ। ପ୍ରତି ମଣିଷର ଆଖି, ନାକ, ଓଠ ତା’ ବିଷୟରେ କିଛି କହିଥାଏ। କୌଣସି ମଦ୍ୟ ବ୍ୟକ୍ତିର ଶରୀରର ଅଙ୍ଗ ଆକାର ଏବଂ ରଙ୍ଗକୁ ଦେଖି ତା’ ବିଷୟରେ ବହୁତ କିଛି ଜଣାପଡିଥାଏ।

ନଖରୁ ବ୍ୟକ୍ତିର ସ୍ୱଭାବ:
ସଫା ନଖ: କିଛି ଲୋକଙ୍କ ନଖ ସଫା ନଜର ଆସିଥାଏ ଏବଂ ବିଲକୁଲ ସଫା ହୋଇଥାଏ। ଏପରି ଲୋକ ବ୍ୟବସ୍ଥିତ ବ୍ୟକ୍ତିତ୍ୱର ଅଟନ୍ତି। ଏମାନଙ୍କ ପ୍ରତ୍ୟେକ ଜିନିଷ ଅର୍ଗାନାଇଜ ହୋଇଥାଏ। ଅନେକ ଥର ଏମାନଙ୍କ ବ୍ୟବହାରରେ ଗର୍ବ ଦେଖିବାକୁ ମିଳିଥାଏ।

ଭଙ୍ଗା ଏବଂ ଅପରିଷ୍କା: କିଛି ଲୋକଙ୍କ ନଖ ଭଙ୍ଗା ଏବଂ ଅପରିଷ୍କାର ହୋଇଥାଏ। ଏମାନଙ୍କ ନଖ ପରି ଏମାନେ ଅବ୍ୟସ୍ଥିତ ହୋଇଥାଆନ୍ତି। ଏମାନେ ନିଜକୁ ବାଲାନ୍ସ କରିପାରନ୍ତି ନାହିଁ। କିନ୍ତୁ ହୃଦୟରୁ ଏମାନେ ବହୁତ ଭଲ ହୋଇଥାଆନ୍ତି।

ଇନଗ୍ରୋନ ନେଲ୍ସ: ଏହାର ଅର୍ଥ ନଖ ଭାଙ୍ଗିଯିବା। ଏମାନଙ୍କ ରଙ୍ଗ ମଧ୍ୟ ହାଲୁକା ନୀଳ ଅଟେ। ଏପରି ଲୋକଙ୍କ ଜୀବନରେ ଶାରିରୀକ ଏବଂ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ଏମାନଙ୍କ ମନ ସମସ୍ତଙ୍କ ସହ ମିଳିଥାଏ ଏବଂ ଏମାନେ ସମସ୍ତଙ୍କୁ ସାହାଯ୍ୟ କରିଥାଆନ୍ତି। କିନ୍ତୁ ଏମାନେ ନିଜ ସମସ୍ୟାର ସମାଧାନ କରିବାକୁ ପସନ୍ଦ କରନ୍ତି।

ନଖ ଚୋବାଇବା ଲକ୍ଷଣ: କିଛି ଲୋକେ ନିଜ ନଖ ଚୋବାଇକୁ ପସନ୍ଦ କରନ୍ତି। ଏପରି ଅଭ୍ୟାସ ଏନଜାଇଟିକୁ ପ୍ରଦର୍ଶୀତ କରିଥାଏ। ଏହି ଲୋକେ ବହୁତ ଜଲଦୀ ଚିନ୍ତାରେ ପଡିଯାଆନ୍ତି। ଏମାନଙ୍କ ମଧ୍ୟରେ କୌଣସି ପ୍ରକାର ପରିସ୍ଥିତିକୁ ସମ୍ଭାଳିବାର କ୍ଷମତା ନଥାଏ। ଏମାନେ ବହୁତ ଭାବନ୍ତି, ଯେଉଁ କାରଣରୁ ଅସୁବିଧାରେ ରୁହନ୍ତି।

Get real time updates directly on you device, subscribe now.