(Video): ସୀମା ଭୁଲିଲେ ନବ ଦମ୍ପତି, ସୋସିଆଲ ମିଡିଆରେ ଶେୟାର କଲେ ଚତୁର୍ଥୀ ରାତିର ରୋମାନ୍ସ…

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ସୋସିଆଲ ମିଡିଆ ନିଶାରେ ଏକ ପ୍ରକାର ବାୟା ହୋଇଗଲେଣି । ଭାଇରାଲ ହେବା ପାଇଁ ବ୍ୟକ୍ତି ଅଜବ ଗଜବ କାରନାମା କରିବାକୁ ମଧ୍ୟ ପଛାଉ ନାହିଁ । କେତେବେଳେ ଟ୍ରେନ୍ ଉପରେ, ଜଙ୍ଗଲ, ରାସ୍ତା, ମେଟ୍ରୋ, ବେଳାଭୂମି, ଶପିଂ ମଲ ଇତ୍ୟାଦି ସ୍ଥାନରେ ରୀଲ୍ସ କରିବାକୁ ପଛାଉନାହାଁନ୍ତି । ବେଳେ ବେଳେ ରୀଲ୍ସ ନିଶା ସେମାନଙ୍କ ଜୀବନ ପ୍ରତି ବିପଦ ଆଣିଥାଏ । କିନ୍ତୁ ଏହା ସତ୍ତ୍ୱେ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଲାଇକ୍ ଓ ଫଲୋଅର୍ସ ସଂଖ୍ୟା ବୃଦ୍ଧି କରିବା ପାଇଁ ଏଭଳି ରିସ୍କ ନେବାକୁ ମଧ୍ୟ ପଛାଇନଥାନ୍ତି । ଅଜବ ଗଜବ ରୀଲ୍ସ ପାଇଁ ସେମାନେ ଅନେକ ଟ୍ରୋଲିଂର ଶିକାର ମଧ୍ୟ ହୋଇଥାନ୍ତି କିନ୍ତୁ ସେମାନେ ଏହାକୁ ବେଖାତିର କରିଥାନ୍ତି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣଙ୍କ ହୋଶ୍ ଉଡ଼ିଯିବ ।

arushirahulofficial_ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ନବ ଦମ୍ପତି ଚତୁର୍ଥୀ ରାତିର ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ରୋମାନ୍ସ ଏକ ବ୍ୟକ୍ତିଗତ ମାମଲା କିନ୍ତୁ ଏହି ଦମ୍ପତି ଏହାର ଅନଲାଇନ୍ ଭିଡିଓ ପ୍ରସ୍ତୁତ କରିବାକୁ ପଛାଇନାହାଁନ୍ତି । ଏହି ଭିଡିଓରେ ଏକ ସୁସଜ୍ଜିତ କକ୍ଷରେ ନବ ବିବାହିତ ଦମ୍ପତିଙ୍କୁ ଦେଖିବାକୁ ମିଳିଛି । ସ୍ୱାମୀ ଜଣଙ୍କ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଆଲିଙ୍ଗନ କରୁଛନ୍ତି । ଏହା ପରେ ସେ ତାଙ୍କୁ ଅଳଙ୍କାର ବାହାର କରିବାରେ ସହଯୋଗ କରୁଛନ୍ତି । ଏହା ଭିତରେ ସେ ତାଙ୍କ ସ୍ତ୍ରୀଙ୍କୁ କିସ୍ ମଧ୍ୟ କରିଛନ୍ତି । ଏହା ପରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଚୋଲି ମଧ୍ୟ ଖୋଲୁଥିବାର ଦେଖିବାକୁ ମଳିଛି । ଦମ୍ପତିଙ୍କ ଏଭଳି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଭୁ୍ୟ ଚକ୍କରରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦମ୍ପତ୍ତି ଏଭଳି ପନ୍ଥା ଆପଣାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୮ ହଜାର ଲୋକ ଦେଖିସାରିଛନ୍ତି । ଅନେକ ୟୁଜର କପଲକୁ ଟ୍ରୋଲ ମଧ୍ୟ କରିଛନ୍ତି । ତେବେ ସୋସିଆଲ ମିଡିଆରେ ମଜା ମସ୍ତି କିମ୍ବା ନୁ୍ୟଜ୍ ସମ୍ବନ୍ଧୀୟ ଭିଡିଓ ଶେୟାର କରିବା ଠିକ୍ କିନ୍ତୁ ଏଭଳି ରୋମନ୍ସର ଭିଡିଓ ଶେୟାର କରିବା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ।

Get real time updates directly on you device, subscribe now.