ଇଏ କେମିତି କଥା! ଜଣେ ବ୍ୟକ୍ତିଙ୍କୁ ଚତୁର୍ଥ ମହଲାରୁ ତଳକୁ ଆଣି ପାରିଲେ ନାହିଁ ୧୧ ଜଣ ଯବାନ, ଶେଷରେ ଆସିଲା ଦମକଳ ଗାଡ଼ି

ନୂଆଦିଲ୍ଳୀ: ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରିଥାନ୍ତି । କିଏ ଡେଙ୍ଗା ତ କିଏ ଗେଡ଼ା, କିଏ ମୋଟା ତ କିଏ ପତଳା । ସେହିପରି କିଏ ବଳଶାଳୀ ତ କିଏ ଦୁର୍ବଳ । ତେବେ ଅନେକ ସମୟରେ ମାର୍ଶଲ ଆର୍ଟ୍ସ, କୁମ୍ଫୁ ପରି କିଛି ଟ୍ରେନିଂ ନେଇଥିବା ବ୍ୟକ୍ତିବିଶେଷ ଏକାଧିକ ସାଧାରଣ ଲୋକଙ୍କୁ ଫାଇଟରେ ହରାଇ ଦେଉଥିବାର ଖବର ଆମେ ଶୁଣିଛେ । ତେବେ ଜଣେ ଲୋକକୁ ୧୧ ଜଣ ଯବାନ ମିଶି ଟେକି କରି ୪ ମହଲାରୁ ତଳକୁ ଆଣିପାରିଲେ ନାହିଁ । ଏହି କଥାଟା ପ୍ରଥମେ ଯିଏ ଶୁଣିବା ସେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବ ।

ଖବର ମୁତାବକ, ଗୁଜରାଟର ସୁରଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଜଣେ ବ୍ୟକ୍ତିଙ୍କୁ ୪ ମହଲା କୋଠାରୁ ତଳକୁ ଆଣିବା ପାଇଁ ନାକେଦମ୍ ହେବାକୁ ପଡ଼ିଥିଲା । ପ୍ରକୃତ କଥା ହେଉଛି ଚତୁର୍ଥ ମହଲାରେ ରହୁଥିବା ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଇ ନିଜର ନସେ କାଟିଦେଇଥିଲେ । ଏହି ହରକତ କରିଥିବା ବ୍ୟକ୍ତିଙ୍କର ଓଜନ ୨୦୦ କେଜି ଥିଲା । ତେଣୁ ଓଜନ ମାତ୍ରାଧିକ ହୋଇଥିବା କାରଣରୁ ତାଙ୍କୁ ତଳକୁ ଆଣିବା କଷ୍ଟକର ହୋଇପଡ଼ିଥିଲା । ଚିକିତ୍ସା କରିବା ପାଇଁ ଯୁବକଙ୍କୁ ତଳକୁ ଆଣିବା ପାଇଁ ପାଖ ପଡ଼ୋଶୀମାନେ ଯଥେଷ୍ଟ ପ୍ରୟାସ କରିଥିଲେ । ମାତ୍ର ସେମାନେ ସଫଳ ହେଲେ ନାହିଁ । ଶେଷରେ ପୋଲିସ ଓ ଦମକଳ ଟିମ ଆସିବା ପରେ ପାଖାପାଖି ୧୧ ଜଣ ପୋଲିସ ଓ ଦମକଳ କର୍ମୀ ତାଙ୍କୁ ତଳକୁ ଆଣିଥିଲେ । ରସି ଓ କପଡ଼ା ସହାୟତାରେ ଯୁବକଙ୍କୁ ବହୁ କଷ୍ଟରେ ତଳକୁ ଅଣାଯାଇଥିଲା ।

Get real time updates directly on you device, subscribe now.