ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କ ଘମାଘୋଟ ଯୁଦ୍ଧ, ଏହି କାରଣ ପାଇଁ ସ୍ୱାମୀକୁ ମାଡ଼ ମାରିଲା ସ୍ତ୍ରୀ

କଟକ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ଏକ ସାଧାରଣ କଥା। ବେଳେ ବେଳେ ବୈବାହିକ ଜୀବନରେ ଅଶାନ୍ତି ଏବଂ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଡ ଝଗଡା ଲାଗିଥାଏ। ଏହିସବୁ ମାମଲା ପ୍ରତିଦିନ ଦେଖିବାକୁ ଏବଂ ଶୁଣିବାକୁ ମିଳୁଥିବା ବେଳେ, ବର୍ତ୍ତମାନ ଏପରି ଏକ ଘଟଣା ବାଙ୍କୀ କୋର୍ଟ ସମ୍ମୁଖରେ ଘଟିଥିବା ଜଣାପଡିଛି।

ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମାଡମାରିଲା ସ୍ତ୍ରୀ। ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ମାଡମାରି ଥାନାକୁ ନେଇଛି। ସୂଚନା ଅନୁଯାୟୀ, ସ୍ୱାମୀ ନାଁରେ ନିର୍ଯାତନା ଅଭିଯୋଗ ଆଣି ସ୍ତ୍ରୀ ନିଜ ବାପାଘରେ ରହୁଥିଲେ। ତେବେ ଯେତେବେଳେ ସେ ଜାଣିବାକୁ ପାଇଲେ, ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ କୋର୍ଟ ଯାଇଛି, ସେହି ସମୟରେ ସ୍ତ୍ରୀ ଜଣକ ଆସି କୋର୍ଟ ସାମ୍ନାରେ ହଙ୍ଗାମା କରିଥିବା ଜଣାପଡିଛି।

Get real time updates directly on you device, subscribe now.