IND vs NZ ପ୍ରଥମ ଦିନରେ ଧୋକା ଦେଲା ବର୍ଷା: Toss ପଡ଼ିବା ପୂର୍ବରୁ ଖେଳ ରଦ୍ଦ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କିନ୍ତୁ ସିରିଜର ପ୍ରଥମ ଦିନରେ ଉଭୟ ଦଳକୁ ଧୋକା ଦେଇଛି ମୌସୂମୀ ବର୍ଷା । ଲଗାଣ ବର୍ଷା ଯୋଗୁଁ ଟସ୍ ପଡ଼ିବା ମଧ୍ୟ ସମ୍ଭବ ହୋଇ ପାରିନାହିଁ । ଫଳରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରଥମ ଦିନକୁ ରଦ୍ଦ କରାଯାଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଏହି ସିରିଜ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଗତକାଲିରୁ ଏଠାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି । ତେଣୁ ବାଧ୍ୟ ହୋଇ ମ୍ୟାଚର ପ୍ରଥମ ଦିନକୁ ରଦ୍ଦ କରାଯାଇଛି । ତେବେ ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ କ୍ରିକେଟରେ ଦୁଇ ଶକ୍ତିଶାଳୀ ଦଳ ଭାବରେ ରହିଛନ୍ତି । ୨୦୨୧ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଚମ୍ପିଆନ୍ ହୋଇଥିଲା । ତେବେ ଭାରତ ମଧ୍ୟ ଲଗାତାର ୨ଟି ସିଜନ(୨୦୨୧-୨୩)ର ଫାଇନାଲ ଖେଳି ଉଭୟ ମ୍ୟାଚରେ ରନର୍ସ ଅପ୍ ରହିଛି । ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଚମ୍ପିଆନସିପ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ ଇଣ୍ଡିଆ । ତେଣୁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା ରଖିଥିଳେ କ୍ରିକେଟ ଫ୍ୟାନ୍ସ । କିନ୍ତୁ ଲଗାଣ ବର୍ଷା ସମସ୍ତ ଦର୍ଶକଙ୍କୁ ନିରାଶ କରିଛି । ମ୍ୟାଚ ଦେଖିବାକୁ ଆସିଥିବା ସମସ୍ତ ଦର୍ଶକ ଖାଲି ହାତରେ ଘରକୁ ଫେରିଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମ୍ରା (ଉପଅôଧନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ ରାହୁଲ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ସର୍ଫରାଜ ଖାନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ । ସେହିପରି ହର୍ଶିତ ରାଣା, ନୀତିଶ କୁମାର ରେଡ୍ଡୀ, ମୟଙ୍କ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବିସିସିଆଇ ଟ୍ରାଭେଲିଂ ରିଜର୍ଭ ଖେଳାଳି ଭାବେ ସ୍କ୍ୱାଡରେ ସ୍ଥାନ ଦେଇଛି ।

Get real time updates directly on you device, subscribe now.