୩୧ ତାରିଖ ନା ୧… କେବେ ପାଳନ ହେବ ପବିତ୍ର ଦୀପାବଳି? ହିନ୍ଦୁ ପଞ୍ଜିକା ଅନୁସାରେ ଜାଣନ୍ତୁ ପୂଜା ବିଧି

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଏହି ଉତ୍ସବକୁ ପାଳନ କରିବା ପାଇଁ ଅପେକ୍ଷା ରହିଛି । ହିନ୍ଦୁ ମାନ୍ୟତା ଅନୁଯାୟୀ ଆଲୋକର ଏହି ପର୍ବ ୫ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଧନତେରାସରୁ ଆରମ୍ଭ ହୋଇ ଭାଇ ଦୁଜ ପର୍ଯ୍ୟନ୍ତ ଦୀପାବଳି ଉତ୍ସବ ପାଳନ ହୋଇଥାଏ । କିନ୍ତୁ ଚଳିତବର୍ଷ ଦୀପାବଳିକୁ ନେଇ ରହିଛି ଅନେକ ଦ୍ୱନ୍ଦ୍ୱ । କେବେ ପାଳନ କରାଯିବ ଦୀପାବଳି? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ଦେଖାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଦିନ ଦୀପାବଳି ପାଳନ କରାଯିବ ଏବଂ କ’ଣ ରହିଛି ଏହାର ପୂଜା ବିଧି?

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଧନତେରାସରୁ ଦୀପାବଳିର ଶୁଭାରମ୍ଭ ହେଉଥିବା ବେଳେ ଭାଇ ଦୁଜ୍ ପର୍ଯ୍ୟନ୍ତ ଏହାକୁ ନେଇ ଉତ୍ସବ ମନାନ୍ତି ଦେଶବାସୀ । ତେବେ ଚଳିତବର୍ଷ ଅକ୍ଟୋବର ୩୧ ତାରିଖ ଗୁରୁବାର ସର୍ବସମ୍ମତ ରୂପରେ ପାଳନ କରାଯିବ । ଏହିଦିନ ମଧ୍ୟାହ୍ନ ୩.୧୧ରୁ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ସନ୍ଧ୍ୟା ୫.୧୨ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ଅକ୍ଟୋବର ୩୧ ତାରିଖ ରାତିରେ ଅମାବାସ୍ୟା ତିଥି ବିଦ୍ୟମାନ ରହିବ । ତେଣୁ ଅକ୍ଟୋବର ୩୧ ତାରିଖ ରାତିରେ ହିଁ ଦୀପୋତ୍ସବ ପାଳନ କରାଯିବ । କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପାଳନ ହେଉଥିବା ବେଳେ ପ୍ରଦୋଷ କାଳ ପରେ ଦୀୱାଲି ପୂଜା କରାଯାଏ । ଏହି ଦିନ ରାତ୍ରି ସମୟରେ ମା ଲକ୍ଷ୍ମୀ ପୂଜନ, କାଳୀ ପୂଜନ ଏବଂ ନିଷିଦ୍ଧ କାଳ ପୂଜା କରାଯାଏ । ଅକ୍ଟୋବର ୩୧ ତାରିଖ ରାତିରେ ମଧ୍ୟ ରାତ୍ରିର ପୂଜା କରିବା ମଧ୍ୟ ସର୍ବମାନ୍ୟ ହୋଇଥାଏ । ତେବେ ଅମାବାସ୍ୟା ସହ ଜଡ଼ିତ ଦାନ-ପୂଣ୍ୟ କାର୍ଯ୍ୟ ଇତ୍ୟାଦି ନଭେମ୍ବର ୧ ତାରିଖରେ କରାଯିବ ।

ଦୀପାବଳିର ପୂଜା ବିଧି:

  • ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ
  • ବାବା ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ଜଳାଭିଷେକ କରନ୍ତୁ
  • ପଞ୍ଚାମୃତ ସହିତ ଗଙ୍ଗାଜଳରେ ପ୍ରଭୁଙ୍କ ଅଭିଷେକ କରନ୍ତୁ
  • ଗଣେଶଙ୍କୁ ଚନ୍ଦନ, ଲାଲ ରଙ୍ଗର ଫୁଲ ଏବଂ ଶୃଙ୍ଗାର ଇତ୍ୟାଦି ଅର୍ପଣ କରନ୍ତୁ
  • ମନ୍ଦିରରେ ଘିଅ ଦୀପ ପ୍ରଜ୍ବଳନ କରନ୍ତୁ
  • ଶ୍ରୀ ଲକ୍ଷ୍ମୀ ସ୍ତୋତ୍ରମ ଏବଂ ଗଣେଶ ଚାଳିସା ପାଠ କରନ୍ତୁ
  • ଶ୍ରଦ୍ଧାପୂର୍ବକ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ
  • ବାବା ଗଣେଶଙ୍କୁ ଲଡୁ ଏବଂ ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଲଗାନ୍ତୁ
  • ଶେଷରେ କ୍ଷମା ପ୍ରାର୍ଥନା କରନ୍ତୁ ।

Get real time updates directly on you device, subscribe now.