(Video) ସ୍ତ୍ରୀକୁ ବିକ୍ରି କରୁଥିବା ବେଳେ ରୋକିଲା ସ୍ବାମୀ, ଘରେ ବାନ୍ଧି ପିଟିଲେ ଶାଶୁଘର ଲୋକେ

ନୂଆଦିଲ୍ଲୀ: ଶାଶୁଘର ସହିତ ଗ୍ରାମର ଲୋକମାନେ ମଧ୍ୟ ଜ୍ବାଇଁକୁ ସମ୍ମାନ ଦେଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠାରେ ଶାଶୁଘର ଗାଁରେ ଜ୍ବାଇକୁ ବାନ୍ଧି ଚପଲ ମାଳ ପକାଇଛନ୍ତି । ଉତ୍ତରପ୍ରଦେଶର ସହାରନପୁରର ନାଗଲ ଥାନା କ୍ଷେତ୍ରର ସୋହନଚିଡା ଗ୍ରାମର ବ୍ୟକ୍ତିଙ୍କ ସହିତ ହୋଇଛି ଏହି କାଣ୍ଡ । ପୀଡିତ ଜ୍ବାଇଁଙ୍କର 8 ବର୍ଷ ପୂର୍ବେ ଖୁଡା ଗ୍ରାମରେ ହୋଇଥିଲା । ତେବେ ସେ ସାଉଦି ଆରବରୁ ଚାକିରି କରି ଘରକୁ ଫେରି ଯେତେବେଳେ ସ୍ତ୍ରୀକୁ ଦେଖା କରିବା ପାଇଁ ଆସିଲେ ସେତେବେଳେ ଶାଶୁଘର ଲୋକଙ୍କ ସହିତ ଗ୍ରାମବାସୀ ତାଙ୍କୁ ବାନ୍ଧୀ ଜୋତା ଚପଲ ମାଳ ପକାଇଥିଲେ ।

ପୀଡିତାଙ୍କର ଅଭିଯୋଗ ଅନୁସାରେ, ସ୍ତ୍ରୀକୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ ଏବଂ 50 ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରାଇଥିଲେ । କିନ୍ତୁ ଯେତେବେଳେ ମୁଁ ବାରଣ କଲି ସେତେବେଳେ ମୋ ଉପରେ ଆକ୍ରମଣ କରାଯାଇଥିଲା । ହାତ-ଗୋଡ ବାନ୍ଧି ଏକ ଘରେ ପକାଇ ତାଙ୍କୁ ନିର୍ଦ୍ଧୁନ ଛେଚିଥିଲେ । ଏହାସହିତ ଜ୍ବାଇଁର ସୁନା ଚେନ୍ ଏବଂ ମୋବାଇଲ ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖିଥିବା ଜଣାପଡିଛି । ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ । ତେବେ ଜ୍ବାଇର ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ବାଇକୁ ମୁକ୍ତ କରିଥିଲା । ତେବେ ଜ୍ବାଇଁର ବୟାନକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.