ଶେଷ ଯାତ୍ରା ପାଇଁ ଅପହଞ୍ଚ ଶଶ୍ମାନ, ପେଟେ ପାଣିରେ ମୃତଦେହ ବୋହିଲେ ପରିଜନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଶବ ସତ୍କାର କରିବା ପାଇଁ ଲୋକେ ପେଟେ ପାଣରେ ଯାଉଥିବା ଦେଖାଯାଇଛି । ଚିତୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ମୌସୁମୀ ଫେରିବା ଆଗରୁ ଅନେକ ରାଜ୍ୟରେ ବର୍ଷା ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି ଦେଖାଯାଇଥିଲା । ଅନେକ ସ୍ଥାନରେ ଜଳବନ୍ଦୀ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାରି ଭିତରେ ଚିତୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ଦେହାନ୍ତ ହୋଇଗଲା । ମୃତ ବ୍ୟକ୍ତିଙ୍କ ନାମ ଶଙ୍କର ହୋଇଥିବା ବେଳେ ତାଙ୍କ ବୟସ 53 ବର୍ଷ ବୋଲି ଜଣାପଡିଛି । ତେବେ ସତ୍କାର କରିବା ପାଇଁ ପରିଜନଙ୍କୁ ପେଟେ ପାଣି ଅତିକ୍ରମ କରି ଯାଉଥିବା ଦେଖାଯାଇଛି । ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ଦେଖାଯାଇଛି ଯେ, ଶଙ୍କରଙ୍କର ମୃତଦେହକୁ ପରିଜନ କାନ୍ଧ ଦେଇଛନ୍ତି । କିଛି ଲୋକ ପେଟେ ପାଣି ଅତିକ୍ରମ କରୁଥିବା ବେଳେ ଅନ୍ୟ କିଛି ଲୋକ ରାସ୍ତା ପାଇଁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଦୃଶ୍ୟକୁ ଦେଖିଲେ ଛାତି ଥରିଲା ଭଳି ମନେହେଉଛି ।

Get real time updates directly on you device, subscribe now.