ଧାରା ୭-ଏର ବୈଧତା ଉପରେ ସାମ୍ବିଧାନିକ ପୀଠରେ ଜଷ୍ଟିସ ଜେ ବି ପାରଦିଭାଲାଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା ୬-ଏର ବୈଧତାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । ସୁପ୍ରିମ କୋର୍ଟ ଏହାର ବୈଧତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ୪:୧ପେ ଧାରା ୬-ଏର ବୈଧତା ଜାରି ରଖାଯାଇଛି । ଖଣ୍ଡପୀଠରେ ଜଷ୍ଟିସ ଜେବି ପାରଦିଭାଲା ଏତିରେ ଅସହମତି ପ୍ରକାଶ କରିଛନ୍ତି ।

ଜଷ୍ଟିସ ଜେବି ପାରଦିଭାଲା କହିଛନ୍ତି କି, ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏ, ଯାହା ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା ଅପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାରେ ସକ୍ଷମ କରିଛି, ସମୟ ସହ ଅବୈଧ ହୋଇଛି ।

ଧାରା ୬-ଏ ଅନୁଯାୟୀ, ୧ ଜାନୁଆରୀ ୧୯୬୬ରୁ ୨୫ ମାର୍ଚ୍ଚ ୧୯୭୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ଓ ଆସାମରେ ରହିଥିବା ଲୋକଙ୍କୁ ଭାରତର ନାଗରିକ ଭାବେ ନିଜର ପଞ୍ଜିକରଣ ଅନୁମତି ଦେବ । କିନ୍ତୁ ଏଥିରେ ସହମତି ପ୍ରକାଶ କରି ନାହାନ୍ତି ଜଷ୍ଟିସ ପାରଦିଭାଲା । ତିନୋଟି ବିନ୍ଦୁରେ ନିଜ ଅସହମତି ପ୍ରକାଶ କରିଛନ୍ତି ।

୧- ଧାରା ୬-ଏ ରେ କୌଣସି ଅସ୍ଥାୟୀ ସୀମା ନଥିଲା ।

୨- ଧାର ୬-ଏ ଅବୈଧ ଅପ୍ରବାସୀଙ୍କ ଚିହ୍ନଟ ଓ ସେମାନଙ୍କୁ ନିର୍ବାସିତ କରିବାର ଦାୟିତ୍ୱ ରାଜ୍ୟକୁ ଦେଇଛି ।

୩- ଏହି ଆଇନ ଭାରତର ସମ୍ବିଧାନର ଧାରା ୬ (ପାକିସ୍ତାନରୁ ଭାରତ ଆସୁଥିବା କିଛି ବ୍ୟକ୍ତିଙ୍କ ନାଗରିକ ଅଧିକାର) ଓ ଧାରା ୭ (ପାକିସ୍ତାନ ଆସିଥିବା କିଛି ପ୍ରବାସୀଙ୍କ ନାଗରିକତାର ଅଧିକାର) ଅନୁରୂପ ନୁହେଁ ।
ଜଷ୍ଟିସ ପାରଦିଭାଲା କହିଛନ୍ତି କି, ଧାରା ୬ ଏ ସମୟ ସହ ଅସମ୍ବିଧାନିକ ହୋଇଯାଇଛି । ଏହାକୁ ଲାଗୁ କରିବାର କୌଣସି ସମୟ ସୀମା ନାହିଁ ଓ ରାଜ୍ୟ ଉପରେ ଏମାନଙ୍କ ଚିହ୍ନଟିକରଣ ଓ ନିର୍ବାସନର ସବୁ ଦାୟିତ୍ୱ ଦିଆଯାଇଛି । ଏହି ନିୟମ ଆସାମରେ ଅେବୈଧ ପ୍ରବାସିଙ୍କୁ ଭରପୁର ସୁବିଧା ସୁଯୋଗ ଦେଇଛି ।ଧାରା ୬-ଏ ସମ୍ବିଧାନର ଧାରା ୬ ଓ ୭ ସହ ମେଳ ଖାଉନାହିଁ ।କାହିଁକି ନା, ଧାରା ୬ ଅନ୍ତର୍ଗତ ବିଦେଶୀଙ୍କୁ ପଞ୍ଜିକରଣର ଦାୟିତ୍ୱ ବ୍ୟକ୍ତି ଉପରେ ନ୍ୟସ୍ତ, ରାଜ୍ୟ ଉପରେ ନୁହେଁ । କିନ୍ତୁ ୬-ଏ ଅନ୍ତର୍ଗତ ଏହି ଅଧିକାର ରାଜ୍ୟର ।

Get real time updates directly on you device, subscribe now.