ଅସୁବିଧାରେ ପଡ଼ିଲେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ: ମହାଦେବ ବେଟିଂ ଆପ୍ ମାମଲାରେ ଇଡି କଲା ପଚରାଉଚରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ତମନ୍ନାଙ୍କୁ ପଚରାଉଚରା ପାଇଁ ଇଡ଼ି ଦ୍ୱାରା ଡକାଯାଇଥିଲା । ଗୁଆହାଟିର ଇଡି କାର୍ଯ୍ୟାଳୟରେ ତମନ୍ନା ଭାଟିଆଙ୍କୁ ପଚରାଉଚରା କରାଯାଇଛି । ରିପୋର୍ଟ ଅନୁଯାୟୀ, ମହାଦେବ ଅନଲାଇନ୍ ଗେମିଂ ଆପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ ମ୍ୟାଚ୍ ବେଆଇନ ଦର୍ଶନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ତମନ୍ନାଙ୍କୁ ଇଡି ଡାକିଥିଲା ।

ତମନ୍ନା ଭାଟିଆ ମହାଦେବ ବେଟିଂ ଆପରେ ଆଇପିଏଲ୍ ଦେଖିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସ୍ତ୍ରୀ ୨ ଚଳଚ୍ଚିତ୍ର ହେତୁ ଏହି ଅଭିନେତ୍ରୀ ଚର୍ଚ୍ଚାରେ ଥିଲେ, ଯେଉଁଥିରେ ‘ଆଜ୍ କି ରାତ୍’ ତାଙ୍କ ଗୀତ ଟ୍ରେଣ୍ଡ ହୋଇଥିଲା ।

ତମନ୍ନା ଦ୍ୱିପହର ପ୍ରାୟ ୧.୩୦ ସମୟରେ ଗୁଆହାଟୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ମା ମଧ୍ୟ ଅଭିନେତ୍ରୀଙ୍କ ସହ ଥିଲେ । ଫେୟାରପ୍ଲେ ବେଟିଂ ଆପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ଦେଖିବା ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଅଭିନେତ୍ରୀଙ୍କୁ ପଚରାଉଚରା କରାଯାଇଥିଲା ।

 

Get real time updates directly on you device, subscribe now.